ରାଉରକେଲା: ରାଉରକେଲାରେ ଘରେ ପଶି ଚୋରି କରୁଥିବା ଗ୍ୟାଙ୍ଗର ହିମ୍ମତ ଏବେ ଚରମ ସୀମାରେ ପହଞ୍ଚିଛି। ଆଜି ଦିନ ଦ୍ୱିପ୍ରହରେ ପ୍ଲାଣ୍ଟ ସାଇଟ୍ ଥାନା କ୍ୟାମ୍ପସ୍ରେ ଜଣେ ହାବିଲଦାରଙ୍କ ଘରେ ଚୋରମାନେ କଳା କନା ବୁଲାଇ ଦେଇଛନ୍ତି।
ହାବିଲଦାର ସୁବ୍ରତ କୁମାର ହୋତା ଆଜି ସକାଳେ ପତ୍ନୀଙ୍କ ସହ ଲାଠିକଟା ପୋଷ୍ଟ ଅଫିସ୍କୁ କୌଣସି କାମରେ ଯାଇଥିଲେ। ଏହାର ସୁଯୋଗ ନେଇ ଚୋର ମାନେ ତାଙ୍କ ଘର ଗେଟ୍ ଏବଂ କବାଟ ଭାଙ୍ଗି ଘରେ ପଶିଥିଲେ। ପରେ ଆଲମୀରା ଭାଙ୍ଗି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ।
/sambad/media/media_files/2025/05/24/342f62c7-a79f-430c-a373-e574293ccb28-988685.jpg)
ସନ୍ଧ୍ୟାରେ ଘରକୁ ଫେରିବା ପରେ ପରିବାର ଲୋକେ ଚୋରି ବିଷୟ ଜାଣିବା ପରେ ଥାନାରେ ସୂଚନା ଦେଇଥିଲେ। ପ୍ଲାଣ୍ଟ ସାଇଟ୍ ପୁଲିସ୍ ଏବଂ ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/24/075d11b1-582a-4d35-b043-7625d4b8c17f-802893.jpg)