ଭୁବନେଶ୍ବର: ବିମାନବନ୍ଦର ନିକଟରୁ ବ୍ୟାପକ ସୁନା ଜବତ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରପାର୍ଶ୍ବରୁ ବ୍ୟାପକ ସୁନା ଓ ରୁପା ଜବତ ହୋଇଛି। ୨ଟି କଣ୍ଟେନରରୁ ୮୦ କିଲୋ ସୁନା ଓ ୧ କ୍ବିଣ୍ଟାଲ ରୁପା ଜବତ କରି ସିଟି-ଜିଏସ୍‌ଟିର ଟିମ୍‌ ତାଜୁବ ହୋଇଯାଇଛନ୍ତି। ଏହାର କାରଣ ହେଲା ସିଟି-ଜିଏସ୍‌ଟି ଟିମ୍‌ ଚଢ଼ାଉ ସମୟରେ ଏକକାଳୀନ ଏତେ ପରିମାଣରେ ସୁନା ଓ ରୁପା ମିଳି ନଥିଲା। ଜବତ ସୁନା ଓ ରୁପାର ମୂଲ୍ୟ ୩୦ କୋଟି ହେବ ବୋଲି ଆକଳନ କରାଯାଉଛି। ସିଟି-ଜିଏସ୍‌ଟି ଟିମ୍‌ ସୁନା, ରୁପା, ‌କଣ୍ଟେନର ଆଦି ସାମଗ୍ରୀ ଜବତ କରିବା ସହିତ ଏହି ବ୍ୟବସାୟ‌ରେ ସଂପୃକ୍ତ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।  

Advertisment

ଏହି ଖବର ପଢ଼ନ୍ତୁ: ‘ସୁଭଦ୍ରା’ ଗାଇଡଲାଇନ୍‌ରେ କିଏ ହୋଇପାରିବେ ହିତାଧିକାରୀ 

ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ମୁମ୍ବାଇରୁ ଭୁବନେଶ୍ବର ଆସିଥିବା ଏକ ବିମାନରେ ଏହି ସୁନା ଓ ରୁପା ଆସିଥିଲା। ବିମାନବନ୍ଦରରୁ ସୁନା-ରୁପା ବାହାରକୁ ଆସି ଯାଇଥିଲା। ଏହା ସୋ’ରୁମ୍‌କୁ ପହଞ୍ଚିବା ପୂର୍ବରୁ ସିଟି-ଜିଏସ୍‌ଟିର ଟିମ୍‌ ହାତରେ ଲାଗିଯାଇଥିଲା। ସୋ’ରୁମରେ ସୁନା ଓ ରୁପା ପହଞ୍ଚିବା ପୂର୍ବରୁ ସିଟି-ଜିଏସ୍‌ଟି ଟିମ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳି ଯାଇଥିଲା ଯେ, ମୁମ୍ବାଇରୁ ଭୁବନେଶ୍ବରକୁ ବଡ଼ଧରଣର ସୁନା-ରୁପା ଚାଲାଣ ହେଉଛି। ଏହି ଆଧାରରେ ଚଢ଼ାଉ କରିଥିଲା। 

ଏତେ ପରିମାଣରେ ସୁନା ଓ ରୁପା ମିଳି ନଥିଲା। ଜବତ ସୁନା ଓ ରୁପାର ମୂଲ୍ୟ ୩୦ କୋଟି ହେବ ବୋଲି ଆକଳନ କରାଯାଉଛି। ସିଟି-ଜିଏସ୍‌ଟି ଟିମ୍‌ ସୁନା, ରୁପା, ‌କଣ୍ଟେନର ଆଦି ସାମଗ୍ରୀ ଜବତ କରିବା ସହିତ ଏହି ବ୍ୟବସାୟ‌ରେ ସଂପୃକ୍ତ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।  

ସିଟି-ଜିଏସ୍‌ଟି ଟିମ୍‌ ଭୁବନେଶ୍ବର-ମୁମ୍ବାଇ ବିମାନଟି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ପହଞ୍ଚିବା ପୂର୍ବରୁ ପ୍ରସ୍ତୁତ ହୋଇଥିଲେ। ସେମାନେ ବିମାନବନ୍ଦର ନିକଟ ସାମ୍ନାରେ ଉପସ୍ଥିତ ଥିଲେ। ଏତିକି ବେଳେ ବିମାନବନ୍ଦର ବାହାରୁ୨ଟି କଣ୍ଟେନରରେ ଭର୍ତ୍ତି ସୁନା ଓ ରୁପା ବାହାରିଥିଲା। ପୂର୍ବରୁ ପ୍ରସ୍ତୁତ ଥିବା ଟିମ୍‌ ଅତର୍କିତ ଭାବେ ମାଡ଼ି ବସିଥିଲେ। ଚଢ଼ାଉ ସମୟରେ ଟିମ୍‌ ୨ଟି ଲଜିଷ୍ଟିକ ଗାଡ଼ି (ଓଡି ୦୨ ବିଟି ୩୨୩୧ ଏବଂ ଓଡି ୦୨ବିୟୁ ୫୯୦୪)କୁ ଯାଞ୍ଚ କରିଥିଲା। ଏହି ଗାଡ଼ିକୁ ୪ ଜଣଙ୍କ ମାଧ୍ୟମରେ ନିଆଯାଉଥିଲା। ଚଢ଼ାଉକାରୀ ଟିମ୍‌ ସଂପୃକ୍ତ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଅଟକ ଥିବା ୪ ଜଣ ବ୍ୟକ୍ତି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି। ଏହି ସୁନା-ରୁପା ଭୁବନେଶ୍ବରର ବଛାବଛା ଗହଣା ସୋ’ରୁମ୍‌କୁ ଯାଇଥାନ୍ତା ବୋଲି ଅନୁମାନ କରାଯାଉଛି।

ଏହି ଖବର ପଢ଼ନ୍ତୁ: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ଡାକୋଟା