ରାଉରକେଲା: ହକି ଇଣ୍ଡିଆ ଲିଗ୍ରେ ମଙ୍ଗଳବାର ଟିମ ଗୋନାସିକା ଆଜି ଶକ୍ତିଶାଳୀ ସୁରମା ହକି କ୍ଲବ ବିପକ୍ଷରେ ଆକର୍ଷଣୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚକୁ ଗୋନାସିକା ୩-୨ ଗୋଲରେ ପରାସ୍ତ କରିଛି। ମ୍ୟାଚ ଆରମ୍ଭରୁ ଉଭୟ ଦଳ ପକ୍ଷରୁ କଡା ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା।
/sambad/media/media_files/2025/01/14/9ef3cec8-acb6-4a2c-b002-788438a13f1e.jpg)
ମ୍ୟାଚରେ ୩୩ତମ ମିନିଟରେ ଗୋନାସିକାର ଓଡ଼ିଆ ତାରକା ନିଲମ ସଂଜୀପ ଖେସ ଗୋଲା ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ତେବେ ୪୮ତମ ମିନିଟରେ ସୁରମା ର ପୱନ ରାଜଭର ଗୋଲ ପରିଶୋଧ କରିଥିଲେ।
ଏହାପରେ ଗୋଲ ପାଇଁ ଉଭୟ ଦଳ ଏକାଧିକ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ମ୍ୟାଚ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ମିନିଟ ଥିବାବେଳେ ଗୋନାସିକାର ଲି ମୋର୍ଟନ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇ ସ୍କୋରକୁ ୩-୨ କୁ ବୃଦ୍ଧି କାରିବାସହ ଦଳକୁ ବିଜୟ ଭେଟି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/14/afe7bbcf-ae95-4f96-a69a-569ce66b2ff4.jpg)