ଭୁବନେଶ୍ବର: ଓଡ଼ିଶାର ହ୍ୟାଣ୍ଡବଲ ଇତିହାସ ରେ ଆଉ ଏକ ଫର୍ଦ ଯୋଡି ହେବାକୁ ଯାଉଛି। କୋଚ ଗୌରୀ ଶଙ୍କର ମିଶ୍ରଙ୍କୁ ମିଳିଛି ବଡ ଦାୟିତ୍ଵ। ଜୋଡାନ ଠାରେ ହେବାକୁ ଥିବା ଆଗାମୀ ଏସିଆନ ଜୁନିୟର ଚମ୍ପିଆନସିପ ପାଇଁ ଭାରତୀୟ ଦଳର ମ୍ୟାନେଜର ଭାବେ ଗୌରୀ ଶଙ୍କର ମିଶ୍ର ନିଯୁକ୍ତ ହୋଇଥିବା ଘୋଷଣା କରିଛନ୍ତି ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ର ଏକଜୁଟିଭ ଡିରେକଟର ଡ଼.ଆନନ୍ଦେଶ୍ୱର ପାଣ୍ଡେ । ଆସନ୍ତା ଜୁଲାଇ ୧ ତାରିଖରୁ ୧୧ ତାରିଖ ଯାଏ ଜୋଡ଼ାନରେ ଏହା ଅନୁଷ୍ଠିତ ହେବ
.ଏଠାରେ ସୂଚନାଯୋଗ୍ୟ ଗୌରୀ ଶଙ୍କର ମିଶ୍ର ହେଉଛନ୍ତି ଓଡିଶାର ପ୍ରଥମ ଓ ଏକ ମାତ୍ର ଅନ୍ତର୍ଜତୀୟ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମୀନଙ୍କ ବାପା। ଗୌରୀ ଶଙ୍କରଙ୍କ ଏହି ସଫଳତା ପାଇଁ ଓଡିଶା ହ୍ୟାଣ୍ଡବଲ ସଙ୍ଘର ସଭାପତି ବିପ୍ଳବ ଚୌଧୁରୀ, ସମ୍ପାଦକ ଇଂ ମାନସ କୁମାର ସିଂ, ଭୁବନେଶ୍ୱର ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ପଅମୁଖ ଶୁଭେଛl ଓ ଶୁଭକାମନା ଜଣାଇଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/15/ANdW7N7rYteOqBZ0Whbm.jpg)