ଭୁବନେଶ୍ବର: ଆସନ୍ତା ଜାନୁଆରିରେ କଳିଙ୍ଗ ଷ୍ଟୁଡିଓର ନିର୍ମାଣ କାମ ଶେଷ ହୋଇ କାର୍ଯ୍ୟକ୍ଷମ ହେବାର ଆଶଙ୍କା ଦେଖାଯାଉଛି। ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନିର୍ମାଣ କାମ ତୀବ୍ର ରହିଲେ ଠିକ୍ ସମୟରେ ଏହାର ନିର୍ମାଣ କାମ ଶେଷ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଏହା ଦ୍ବାରା ଓଡ଼ିଆ ସିନେ ନିର୍ମାତାଙ୍କୁ ଏକ ଭଲ ଅବସର ମିଳିବ ବୋଲି ଆଶା କରାଯାଉଛି।
ଆଜି ୭ ଜଣିଆ ବିଧାୟକ ଦଳ କମିଟି କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିବା ବେଳେ ଭିତ୍ତିଭୂମିର ଯାଞ୍ଚ ସାଙ୍ଗକୁ ବିଭିନ୍ନ ଆଲୋଚନା କରିଥିଲେ। ଏହି କମିଟିରେ ଚେୟାରମ୍ୟାନ ଦୁଷ୍ମନ୍ତ ସ୍ବାଇଁଙ୍କ ସମେତ ଛବି ମଲ୍ଲିକ, ଅରବିନ୍ଦ ମହାପାତ୍ର, ଲକ୍ଷ୍ମଣ ବାଗ, ପ୍ରତାପ ଚନ୍ଦ୍ର ପ୍ରଧାନ, ରୂପେଶ କୁମାର ପାଣିଗ୍ରାହୀ, ସତ୍ୟଜିତ ଗମାଙ୍ଗ ପ୍ରମୁଖ ସାମିଲ ଥିଲେ।
ଓଡ଼ିଶା ଫିଲ୍ମ ଉନ୍ନୟନ କର୍ତ୍ତୃପକ୍ଷ (ଓଏଫ୍ଡିସି) ଆନୁକୂଲ୍ୟରେ ଆମେ କଳିଙ୍ଗ ଷ୍ଟୁଡିଓ ବୁଲି ଦେଖିଲୁ। ଓଡ଼ିଶାର ଫିଲ୍ମ ନିର୍ମାତାମାନେ ଚନ୍ନାଇ, ମୁମ୍ବାଇ ଓ ହାଇଦ୍ରାବାଦ ଯାଉଛନ୍ତି। ରାଜ୍ୟ ସରକାର ଏହି ସମସ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟୁଡିଓ ନିର୍ମାଣ କରୁଛନ୍ତି। ଏହା ଏକ ଭଲ ଷ୍ଟୁଡିଓ ହେବ। ଏପର୍ଯ୍ୟନ୍ତ ୪୦ ପ୍ରତିଶତ କାମ ଶେଷ ହୋଇଛି। ଆଗାମୀ ଦୁଇ ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ ହୋଇଯିବ। ଆଶା କରାଯାଉଛି ଆଗାମୀ ଦୁଇମାସ ମଧ୍ୟରେ ଏହି ଷ୍ଟୁଡିଓ କାର୍ଯ୍ୟକ୍ଷମ ହୋଇଯିବ ବୋଲି ଆଶା କରୁଛୁ।
-ଦୁଷ୍ମନ୍ତ କୁମାର ସ୍ବାଇଁ, ବିଧାୟକ
ପରିଦର୍ଶନ କରି କମିଟି ଚେୟାରମ୍ୟାନ ଦୁଷ୍ମନ୍ତ ସ୍ୱାଇଁ କହିଛନ୍ତି, ଖୁବ ଶୀଘ୍ର କଳିଙ୍ଗ ଷ୍ଟୁଡିଓ କାର୍ଯ୍ୟକ୍ଷମ ହେବ। ଏ ଦିଗରେ ସରକାର ସମସ୍ତ ଚେଷ୍ଟା କରୁଛନ୍ତି। ଆସନ୍ତା ଜାନୁଆରି ମାସ ସୁଦ୍ଧା କାମ ଶେଷ ହୋଇ ଏହା କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରଖାଯାଇଛି। ଏହା ପୂର୍ବରୁ ଗତ ଜୁନ ୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ ଏକ ସ୍ଵତନ୍ତ୍ର ଡିପିଆର ପ୍ରସ୍ତୁତ କରିବା ପ୍ରତିଶ୍ରୁତି ଦେଇଥିଲେ।
CM Mohan Charan Majhi