ନବରଙ୍ଗପୁର: ଡିଜେ ଓ ଅତ୍ୟାଧୁନିକ ଯନ୍ତ୍ରସଂଗୀତରେ ହଜିବାକୁ ବସିଲାଣି ଲୋକକଳା, ବାଦ୍ୟ ଓ ନୃତ୍ୟ। ଅଳ୍ପ କିଛି କଳାକାର ଏହି ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟକୁ ବ˚ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କୁ ପ୍ରଶାସନ ତରଫରୁ ସେଭଳି ପ୍ରୋତ୍ସାହନ କିମ୍ବା ଉତ୍ସାହିତ କରାଯିବା କଥା ତାହା ବି ହେଉନି। କଳାକାରଙ୍କୁ ଭତ୍ତା ସହ ବୀମା ଓ ଅନ୍ୟାନ୍ୟ ଯୋଜନାରେ ସାମିଲ କରାଯାଉଥିବା ଘୋଷଣା କରାଯାଉଛି କିନ୍ତୁ ପ୍ରକୃତ ପକ୍ଷେ ମିଳୁନି। ଏପରିକି ଏମାନେ ବ୍ୟାଙ୍କ ଋଣ ଆବେଦନ କଲେ ମଧ୍ୟରେ ବ୍ୟାଙ୍କ ଗୁଡିକ ଋଣ ଦେବାକୁ ପଛାଉଛନ୍ତି।  

Advertisment

ଏସବୁ କିଛି ସରକାରୀ ସହଯୋଗ ନ ପାଇ ସୁଦ୍ଧା ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ଏକମ୍ବା ଗାଁର ଏକମ୍ବା କିଙ୍ଗ ମେଲୋଡି ଦଳ ଏହି ସ୍ଥିତିରେ ଦୀର୍ଘ ୨୦ବର୍ଷର ସଂଘର୍ଷ ପରେ ଆଜି କଳାକାରଙ୍କ ବ୍ୟକ୍ତିଗତ ଉଦ୍ୟମ ଏବଂ ଏକଜୁଟ ହୋଇ ରହିବା ଫଳରେ ମିଳିଛି। 

 

ବାହାଘର ହେଉ କି ବ୍ରତଘର, ବାଲିଯlତ୍ରା, ପୂଜାପାର୍ବଣ ସବୁସ୍ଥାନରେ ଲୋଡ଼ୁଥିବା ତଥା ଲୋକଗୀତ, ଲୋକସଂଗୀତ, ଲୋକନୃତ୍ୟ ଢ଼େମସା, ରିଂଜୋଡ଼ିକୁ ସଂଗୀତ ଦେଉଥିବା ଗ୍ରାମାଂଚଳର ପାରମ୍ପରିକ ଡାମ୍ପ, ମହୁରି ବାଜା ଓ ଲୋବାଦ୍ୟ କଳାକାର ଅବହେଳିତ ବୋଲି କହିଛନ୍ତି ନନ୍ଦାହାଣ୍ଡି ବ୍ଲକର ଏକମ୍ବା ଗାଁର କରୁଣାମୟ ବେନିୟା। ତାଙ୍କ ବାପା ବିଶିଷ୍ଟ ନାଟଗୁରୁ ଚୈତନ୍ୟ ବିଷୋଇଙ୍କ ଶିଷ୍ୟ ଥିଲେ। ଘରେ ହାରମୋନିୟମ ଓ ଅନ୍ୟ ବାଦ୍ୟଯନ୍ତ୍ର ରହିଥିଲା। ପିଲାଟି ବେଳରୁ କରୁଣାମୟ ବାପା ଏସବୁ ବାଦ୍ୟ ଯନ୍ତ୍ର ବଜାଇବା ସମୟରେ ତାଙ୍କ ମନରେ ଏହାର ଗଭୀର ରେଖାପାତ ହେବା ସହ ନିଜ ମଧ୍ୟରେ ରହିଥିବା କଳା ପରିସ୍ପୁଟିତ ହୋଇଥିଲା।

ଗାଁର ଯୁକ୍ତ ୩ ପଢ଼ୁଥିବା ୩ଜଣ, ଯୁକ୍ତ ୨ ପଢ଼ିଥିବା ୭ଜଣ, ମାଟ୍ରିକ୍‌ ପାସ୍‌ ଓ ପେଲ୍ ୧୫ଜଣ ଏଭଳି ୨୫ଜଣିଆ ଦଳ ଗଠନ କରିଥିଲେ କରୁଣାମୟ। ସବୁ ଏକଜୁଟ ହୋଇ ଦଳ ଗଠନ କରି ଲୋକବାଦ୍ୟକୁ ବଂଚାଇବାକୁ ଦୀର୍ଘ ୨୦ବର୍ଷ ହେବ ପ୍ରୟାସ କରିଛନ୍ତି। ଏବେ ଦଳର ସବୁ ସଦସ୍ୟ ଏକ ବୋଲି କହିଛନ୍ତି କରୁଣାମୟ। ଦିଗିସଲପାର ଲୋକନାଥ ପତି ଏହି ଦଳକୁ ସହଯୋଗ କରି ଗାଡ଼ି ଓ ସାଉଣ୍ଡ ସିଷ୍ଠମ୍ ଯୋଗାଇଛନ୍ତି। ବାଦ୍ୟଯନ୍ତ୍ର ସେ ନିଜେ ଦଳ ପାଇଁ କିଣିଥିବା ବେଳେ ଦଳ ତାଙ୍କ ଟଙ୍କା ପରିଶୋଧ କରିଛନ୍ତି। ସେମାନଙ୍କ ନିଜ ଉଦ୍ୟମରେ ଏହି ଦଳ ଏବେ ରାଜ୍ୟ ଓ ପଡୋଶୀ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ଉଚ୍ଚପ୍ରଶଂସିତ।  

ପ୍ରଶାସନ ନିକଟରେ ବାରମ୍ବାର କଳାକାର ଭତ୍ତା, ବ୍ୟାଙ୍କ ଋଣ ପାଇଁ ସେ ଓ ତାଙ୍କ ଦଳ ସଦସ୍ୟ ଆବେଦନ କରିଥିଲେ ହେଁ ଏଯାଏଁ ସରକାରୀ ସହାୟତା କିଛି ମିଳିନି ବୋଲି କହିଛନ୍ତି କରୁଣାମୟ। ୨୫ଜଣ ଶିକ୍ଷିତ ବେକାର ଯୁବକମାନେ କଳାକୁ ବଂଚାଇବାକୁ ପ୍ରୟାସ କରି ଏକଜୁଟ ରହିଛନ୍ତି। ଏହି  ଦଳକୁ ପ୍ରତ୍ସାହିତ କରି ଜିଲ୍ଲାପ୍ରଶାସନ ଅନ୍ୟ ଶିକ୍ଷିତ ବେକାର ଯୁବବର୍ଗକୁ ଏହି ଦଳ ମାର୍ଗଦର୍ଶକ ସଜାଇବା କଥା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। 

Nabarangpur | Odia culture