ଭଦ୍ରକ: ମହାମହିମ ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି ଆଜି ଦିବା ୧୦.୦୦ ଘଟିକା ସମୟରେ ଭଦ୍ରକର ନୂତନ ପ୍ରଦକ୍ଷଣ ଗୃହ ଠାରେ ଭଦ୍ରକ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ଲାଗି ପହଞ୍ଚିଥିଲେ। ଆସିବାର ସମୟର ପ୍ରୟ ଅଧଘଣ୍ଟା ପୂର୍ବରୁ ରାଜ୍ୟପାଳ ଭଦ୍ରକ ଜିଲ୍ଲାର ପ୍ରଥମ ଗ୍ରସ୍ତରେ ନୂତନ ସର୍କିଟ ହାଉସ ଠାରେ ପହଚିଥିଲେ ଏବଂ ପହଚିଲାପରେ ତାଙ୍କସହ ଉଚ୍ଚଶିକ୍ଷା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପହଞ୍ଚିଥିଲେ। ଏହା ପରେ ପରେ ୧୦ଟା ୧୫ରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ସୌଜନ୍ଯ ମୂଳକ ସାକ୍ଷାତକାର ସହିତ ଆଲୋଚନା କରିଥିଲେ।
/filters:format(webp)/sambad/media/media_files/2025/08/19/img-20250819-wa0026-2025-08-19-19-57-48.jpg)
ଏହି ସମୟରେ ପୂର୍ବାଞ୍ଚଳ ଡି. ଆଇ.ଜି ଡ ସତ୍ୟଜିତ ନାୟକ, ଜିଲ୍ଲାପାଳ ଦିଲୀପ ରାଉତରାୟ, ଅରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ (ରାଜସ୍ବ), ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ (ସାଧାରଣ), ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତି ଓ ଡେପୁଟୀ କାଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଉପସ୍ଥିତ ଥିଲେ। ଏହାପରେ ରାଜ୍ୟପାଳ ନୂତନ ସର୍କିଟ ହାଉସରୁ ବନ୍ତ ବ୍ଲକର କାଦବରାଙ୍ଗ ଅଭିମୁକ୍ଷେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚିବା ପରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ଯଥା: ବାବା ଧବେଳେଶ୍ଵର ମହିଳା ମହାସଂଘ, ବାବା ଧବେଳେଶ୍ଵର ପଞ୍ଚୟତ ମହିଳା ମହାସଂଘ, ସୋନାକ୍ସି ମୁଢ଼ି କେନ୍ଦ୍ର, ଗୀତାଞ୍ଜଳି ସିଲାଇ ପିଜି ଓ ମହାଲକ୍ଷ୍ମୀ ଡାଲି ପିଜି ଆଦି ମିସନ ଶକ୍ତି ଦ୍ବାରା ପରିଚାଳିତ ସଂସ୍ଥା ଗୁଡ଼ିକୁ ବୁଲି ଦେଖିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।
ଅର୍ଥନୈତିକ କ୍ଷେତ୍ରରେ ସ୍ଵାବଲମ୍ବୀହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗ୍ରହୀ ବୋଲି ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ବାବା ଧବଳେଶ୍ବର ଉପାସ୍ତିତ ସମସ୍ତ ସ୍ଵୟଂସହାୟକ ଗୋଷ୍ଠୀକୁ କହିଥିଲେ। ଏହା ପରେ ରାଜ୍ୟପାଳ ଉକ୍ତ ପଞ୍ଚାୟତର ଶିଳ୍ପାଞ୍ଚଳ ପାର୍କ ଅଭିମୁଖେ ଦିବା ଘ ୧୧.୦୦ରେ ପହଞ୍ଚିବାପରେ ମୁଖ୍ୟ ଫାଟକ ନିକଟରେ ଶତାଧିକ ମହିଳା ତାଙ୍କୁ ସ୍ବାଗତ କରିଥିଲେ ପରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତି ସ୍କୁଲ ୟୁନିଫର୍ମ, ତ୍ରିରଙ୍ଗା ପତାକା, ଝୋଟ ବ୍ୟାଗ୍, ଶିଶୁଙ୍କ ଖେଲଣା କଣ୍ଢେଇ, ମୁଢ଼ି, ଅଟା, ମାଣ୍ଡିଆ, ପେପର ପ୍ଲେଟ, ଝୋଟ ଥାଳି ଓ ଲ୍ଯାପଟପ ବ୍ୟାଗ ଆଦି ପ୍ରସ୍ତୁତି ପ୍ରଣାଳୀକୁ ବୁଲି ଦେଖିଥିଲେ।
/filters:format(webp)/sambad/media/media_files/2025/08/19/img-20250819-wa0035-2025-08-19-19-57-48.jpg)
ଏହି ସମୟରେ ଉଚଶିକ୍ଷା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ଥିଲେ। ମହାମହିମ ରାଜ୍ୟପାଳ ବନ୍ଧହୋଇ ପଡ଼ିଥିବା ବିଦ୍ୟାଳୟ ଗୃହରେ ମହିଳାମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକାରୀ ଆତ୍ମନିର୍ଭରଶୀଳ ହୋଇଥିବାଦେଖି ଖୁସି ପ୍ରକାଶ କରିଥିଲେ, ବ୍ଯାଙ୍କ ଗୁଡ଼ିକର ସହଯୋଗ ନେଇ ଧବେଳେଶ୍ଵର ଉତ୍ପାଦିକା ଗୋଷ୍ଠୀର ସମ୍ପାଦିକା ଗୀତାଞ୍ଜାଳି ପଣ୍ଡାଙ୍କୁ ପଚାରି ବୁଝିଥିବା ବେଳେ ମହାଲକ୍ଷ୍ମୀ ଉତ୍ପାଦିକା ଗୋଷ୍ଠୀର ବେବିନା ମହାନ୍ତିଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ସାମଗ୍ରୀ ନେଇ ପଚାରି ବୁଝିଥିଲେ, ଧବେଳେଶ୍ଵର ମହାସଂଘର ଏମ୍ବିକେ କମଳା ମିଶ୍ର ରାଜ୍ୟପାଳଙ୍କୁ ପ୍ରସ୍ତୁତ ସାମଗ୍ରୀ ବିଷୟରେ ଅବଗତ କରିଥିଲେ।
ଏହି ଅବସରରେ ରାଜ୍ୟପାଳ ପଞ୍ଚୟତରେ ଥିବା ୧୦ ଜଣ ଲକ୍ଷପତି ଦିଦିଙ୍କୁ ବ୍ଯାଙ୍କରୁ କିପରି ଋଣ ଆଣି କିପରି କାର୍ଯ୍ୟାରେ ଲଗାଉଛନ୍ତି ଏବଂ ଋଣ ପରିଶୋଧ ନେଇ ପଚାରି ବୁଝିଥିଲେ। ପରେ ରାଜ୍ୟପାଳ ବଡବରଛିକଇାଁ ପଞ୍ଚୟତସ୍ଥିତ ଫାର୍ମ ହାଉସ ଜମିରେ ଚାଲୁଥିବା ମାତୃସକ୍ତି ମହାସଙ୍ଗର ମାଛ, ଛେଳି, କୁକୁଡ଼ା ଏବଂ ପୋଖରୀ ହୁଡାରେ ହେଉଥିବା ପନିପରିବା ଚାଷକୁ ବୁଲି ଦେଖିଥିଲେ। ଚତୃମୟୀ ମହିଳା ମହାସଂଘର ସମ୍ପାଦିକା ସୁଦୀପ୍ତି ସିଂଙ୍କ ସହ ରାଜ୍ୟପାଳ କଥା ହୋଇଥିବା ବେଳେ ଆଗକୁ ଅଧିକରୁ ଅଧିକ ସରକାରୀ ସହାୟତା ଓ ଜମି ଲିଜର ଅବଧି ବଢିପାରିଲେ ଆମେ ଆଗକୁ ବଢିପାରିବୁ ବୋଲି ସମ୍ପାଦିକା କହିଥିଲେ ଏବଂ ଏକ ମିସନ ଶକ୍ତି ଗୃହ ଦାବିକରିଥିଲେ। ଶେଷରେ ଆବାସ ଗୃହ ନିର୍ମାଣ କରିଥିବା ସୁବାସିନୀ ଜେନା, କନକଳତା ଜେନା, ହେମନ୍ତ ଜେନା, ରଶ୍ମୀତା ଜେନାଙ୍କ ଗୃହ ବୁଲିଦେଖିବା ସହ ଠିକ ସମୟରେ ଅର୍ଥ ଓ ବୋନସ ମିଳୁଛିକି ନାହି ପଚାରି ବୁଝିଥିଲେ।
/filters:format(webp)/sambad/media/media_files/2025/08/19/img-20250819-wa0027-2025-08-19-19-57-48.jpg)
ଏହି ଅବସରରେ ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ସ୍ବାଇଁ , ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଜେନା, ନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ। ପୁନର୍ବାର ଅପରାହ୍ନ ୩.୦୦ ଘଟିକା ଭଦ୍ରକ ବ୍ଲକର ହରିପୁର ପଞ୍ଚୟତରେ ଥିବା Faecal Sludge Treatment Plant ପରିଦର୍ଶନ ନିମନ୍ତେ ଗ୍ରସ୍ତ କରିଥିଲେ। ଏହା ଏକ ୩୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଆବର୍ଜନା କୁ କମ୍ପୋଷ୍ଟ ରେ ପରିଣତ କରିବାର ଏକ ୪ କୋଟି ଟଙ୍କା ବ୍ୟୟ ବରାଦ ଏକ ପ୍ରକଳ୍ପ ଅଟେ। ସେଠାରେ ପହଞ୍ଚି କାର୍ଯ୍ୟାରତ ସଫେଇ କର୍ମଚାରୀ ଏବଂ ସେଠାରେ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ସ୍ୱଛତା କାର୍ଯ୍ୟାକ୍ରମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱଛତା ଆମର ମୁଖ୍ୟ କର୍ତବ୍ୟ ରହିବା ଆବଶ୍ୟକ ବୋଲି କହିଥିଲେ, ଏହି ଅବସରରେ ସେ ପ୍ରତ୍ୟକ ସହରାଞ୍ଚଳ ରେ ଏମିତି ପ୍ରକଳ୍ପ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଉକ୍ତ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଅଧିକନ୍ତୁ ୨ ଏକର ଜମି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହାପରେ ରାଜ୍ୟପାଳଙ୍କ କରକମଳରେ ଏକ ବୃକ୍ଷ ରୋପଣ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ପରେ ପରେ ରାଜ୍ୟପାଳ ଧାମନଗର ବ୍ଲକରେ ଥିବା ଅସୁରାଳି ପଞ୍ଚୟତର ସ୍କିଲ ଡେଭଲପମେଣ୍ଟ ସେଣ୍ଟର ରେ ଯାଇ ପହଁଚିଥିଲେ।
Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/19/img-20250819-wa0036-2025-08-19-19-57-34.jpg)