ସୁନ୍ଦରଗଡ଼: ଯାହାର ଛତ୍ରଛାୟାରେ ଖଣି ଲୁଟ୍ ହେଉଥିଲା ସେମାନେ ମଧ୍ୟ ବର୍ତ୍ତିପାରିବେ ନାହିଁ। କେବଳ ଲୁଟ କରୁଥିବା ମାଫିଆ ନୁହେଁ, ସେମାନଙ୍କୁ ପ୍ରଶ୍ରୟ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି ଢଙ୍ଗରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଖଣିଜ ସଂପଦ ଲୁଟ୍ ମାମଲାର ତଦନ୍ତ ଲାଗି ଏସ ଆଇ ଟିକୁ ଦାୟିତ୍ବ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଏସ ଆଇ ଟିକୁ ଆହୁରି ମଜଭୁତ୍ କରାଯିବ। ଏହା ଆନ୍ତଃରାଜ୍ୟ ମାମଲା। ମୁଖ୍ୟମନ୍ତ୍ରୀ ଆହୁରି ଅଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ଶେଷ ସୋପାନ ଯାଏଁ ନିଆଯିବ। ଆଜି ସୁନ୍ଦରଗଡ଼ ଗସ୍ତରେ ଆସି ଏପରି ମନ୍ତବ୍ୟ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, ଖଣିଜ ସଂପଦ ଲୁଟ୍ ମାମଲାର ତଦନ୍ତ ଲାଗି ଏସ ଆଇ ଟିକୁ ଦାୟିତ୍ବ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଏସ ଆଇ ଟିକୁ ଆହୁରି ମଜଭୁତ୍ କରାଯିବ। ଏହା ଆନ୍ତଃରାଜ୍ୟ ମାମଲା। ମୁଖ୍ୟମନ୍ତ୍ରୀ ଆହୁରି ଅଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ଶେଷ ସୋପାନ ଯାଏଁ ନିଆଯିବ। ଆଜି ସୁନ୍ଦରଗଡ଼ ଗସ୍ତରେ ଆସି ଏପରି ମନ୍ତବ୍ୟ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)