ମାଲକାନଗିରି: “ପ୍ରିୟ ଜେଜେବାପା ପ୍ରଣାମ। ମୋତେ ସବୁବେଳେ ଆପଣଙ୍କ ସହ ମିଶିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ସୁଯୋଗ ମୋତେ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ମୁଁ ଯେତେବେଳେ ଗଣମାଧ୍ୟମରେ ଆପଣଙ୍କ ସଂପର୍କରେ ପଢେ ମୋତେ ବହୁତ ଗର୍ବ ଲାଗେ। ଏଥିସହ ମନରେ ଭୟ ଓ ଆତଙ୍କ ମଧ୍ୟ ଖେଳିଯାଏ। ଆଉ ବର୍ତ୍ତମାନର ଘଟଣା ଯେଭଳି ରହିଛି ତାକୁ ଦେଖି ବହୁତ ଦୁଃଖି ହେଉଛି। ଆପଣ କେମିତି ଅଛନ୍ତି ଜେଜେବାପା। ମୁଁ ଆପଣଙ୍କ ବହୁତ ଭଲ ପାଉଛି। ତେଣୁ ଏହି କଠିନ ସମୟରେ ତୁମେ ସବୁ ଛାଡି ଘରକୁ ଫେରିଆସ। ପରିବାରରେ ଏମିତି ସଦସ୍ୟ ରହିଛନ୍ତି ,ଯେଉଁମାନେ ତୁମକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି। ଆମେ ସବୁ ତୁମର ଫେରିବା ବାଟକୁ ଅନେଇ ବସିଛୁ। ଆପଣ ଚିନ୍ତା କରନ୍ତୁ ଯେ ଏତେ ବର୍ଷ ଭିତରେ କଣ ସବୁ ଘଟିଯାଇଛି। ଆପଣ କେତେ ପରିଶ୍ରମ କରୁନଥିବେ। ଆପଣ ସଂଗଠନ ପାଇଁ ବହୁତ କିଛି କରିଛନ୍ତି।
ଅପରେସନ କଗାରକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ନାତୁଣୀ। ବାଙ୍ଗାଲଦେଶ ଏବଂ ପାକିସ୍ତାନରୁ ଦେଶ ଭିତରକୁ ପଶୁଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ କରାଯାଉ ନାହିଁ କାହିଁକି। ମାଓବାଦୀଙ୍କୁ ନିର୍ମମ ହତ୍ୟା ଏବଂ ଯବାନ ମିଠା ଖାଉଥିବା ଦେଖି ମୋତେ ବହୁତ ଦୁଃଖ ଲାଗୁଛି। ନାତୁଣୀ ହୁମା ଦୁଃଖର ସହ ଲେଖୁଥିବା କହିବା ସହ ତୁମକୁ ଆମେ ଦ୍ବାର ମୁହଁରେ ଜଗିଛୁ। ତୁରନ୍ତ ଫେରିଆସ”। ଏହି ଲେଖା ଥିଲା ନାତୁଣୀ ହୁମାର ମାଓ ସଂଗଠନର ଆଗ ଧାଡିର ନେତା ଦେବଜୀ ଅରଫ ଥିପରି ତିରୁପତିଙ୍କ ପାଇଁ। ତାଂକ ନାତୁଣୀ ହୁମା ଚିଠି ଲେଖି ଅସ୍ତ୍ର ଛାଡି ଘରକୁ ଫେରି ଆସିବାକୁ ଅନୁରୋଧ କରିଛି। ବାସବରାଜୁ ଗତ ୨୧ ତାରିଖରେ ଏନକାଉଣ୍ଟରରେ ମରିବା ପରେ ମାଓନେତା ତିରୁପତି ମହାସଚିବ ଦୌଡରେ ସାମିଲ ଅଛନ୍ତି। ଦୀର୍ଘ ଦିନ ହେଲା ପରିବାର ଲୋକେ ତୁମର ଫେରିବା ବାଟକୁ ଅନେଇ ବସିଛନ୍ତି ବୋଲି ଚିଠିରେ ଦୁଃଖର ସହ ଲେଖିଛି ନାତୁଣୀ ହୁମା।
ମାଓ ନେତା ତିରୁପତି ଅରଫ ଶିବାଜୀ ଅରଫ ଦେବାନ୍ନ ଅରଫ ରାମେଶର ଘର ତେଲେଙ୍ଗାନା ରାଜ୍ୟର କରିମନଗର ଜିଲ୍ଲାର ଆମ୍ବେଦନଗର ଗ୍ରାମରେ। ୬ଟି ରାଜ୍ୟର ପୁଲୁସ ତିରୁପତି ଅରଫ ଦେବଜୀ ଅରଫ ଦେବନ୍ନାକୁ ଖୋଜୁଛି। ତିରୁପତି ନାମରେ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରହିଛି।ଗତ ୪ ଦଶନ୍ଧିରୁ ଅଧିକା ସମୟ ଧରି ସଂଗଠନରେ ସକ୍ରିୟ ରହିଛନ୍ତି।ଜେଜେବାବା ମୋତେ ଆପଣଙ୍କ ସହ ମିଶିବା ପାଇଁ ବହୁତ ଇଛା ହେଉଛି। ମୋ ଇଛା ଆଜି ପର୍ଯ୍ୟନ୍ତ ସ୍ବପ୍ନରେ ହିଁ ରହିଯାଇଛି। ପରିବାର ଆପଣଙ୍କୁ ନେଇ ଚିନ୍ତାରେ ରହିଛି। ମୁଁ ଆପଣଙ୍କୁ ନମସ୍କାର କରି ଅନୁରୋଧ କରୁଛି ଯେ ଦୟାକରି ଜଂଗଲରେ ଅସ୍ତ୍ର ଫିଙ୍ଗି ଘରକୁ ଫେରିଆସ। ତେବେ ଏହି ଚିଠି ନିଶ୍ଚିତ ତିରୁପତିଙ୍କ ମନକୁ ବଦାଇବ ବୋଲି ଆଶଂକା କରାଯାଉଛି। ହୁଏତ ଏହି ଚିଠି ପାଇବା ପରେ ତିରୁପତି ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଏ।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/03/H7gy9tyPqvjbZMwaPRGM.jpg)