ସୋର: ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପଣାପଣା ନିକଟରେ ଅର୍ଦ୍ଧ ଦଗ୍ଧ କଟା ମୁଣ୍ଡର ମିଳିଲା ପରିଚୟ। ଏହା କୌଣସି ମଣିଷର ମୁଣ୍ଡ ନୁହେଁ, ବରଂ ଏକ ଷଣ୍ଢର ମାଂସ ବଢି ଟ୍ୟୁମର ହୋଇଥିବା ବେଳେ ତାହା ଏଠାରେ ପଡ଼ିଯାଇଥିବା ସଦର ଏସ୍ଡିପିଓ ଶଶାଙ୍କ ଶେଖର ବେଉରା ସୂଚନା ଦେଇଛନ୍ତି।
ସାଇନଟିଫିକ ଟିମ୍, ପଶୁ ଚିକିତ୍ସକ ଓ ପୁଲିସର ଉପସ୍ଥିତିରେ ତଦନ୍ତ କରାଯାଇ ଏଭଳି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପଣାପଣା ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ଦରପୋଡ଼ା ମୁଣ୍ଡ ଉଦ୍ଧାର ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ଜଣେ ଅଜଣା ବ୍ୟକ୍ତିର କଟା ମୁଣ୍ଡ ଦରପୋଡ଼ା ଅବସ୍ଥାରେ ଦେଖି ଭୟଭୀତ ହେବା ସହିତ ଖନ୍ତାପଡ଼ା ପୁଲିସକୁ ଖବର ଦେଇଥିଲେ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦରପୋଡ଼ା ମୁଣ୍ଡକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କଟା ମୁଣ୍ଡଟି କୌଣସି ପୁରୁଷ କିମ୍ବା କୌଣସି ମହିଳାଙ୍କର ଜଣାପଡ଼ିନଥିବା ବେଳେ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା କୁହାଯାଉଥିଲା।
ଅର୍ଦ୍ଧଦଗ୍ଧ କଟା ମୁଣ୍ଡର ମିଳିଲା ପରିଚୟ
ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପଣାପଣା ନିକଟରେ ଅର୍ଦ୍ଧ ଦଗ୍ଧ କଟା ମୁଣ୍ଡର ମିଳିଲା ପରିଚୟ। ଏହା କୌଣସି ମଣିଷର ମୁଣ୍ଡ ନୁହେଁ।
/sambad/media/post_attachments/wp-content/uploads/2020/10/khantapada-PS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)