ରାଉରକେଲା: ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର l ମୃତ୍ୟୁର କାରଣ ଅସ୍ପଷ୍ଟ l ମୃତକ ହେଲେ ଡାକ୍ତର ସନ୍ତୋଷ ହୁଗାର (୩୦)। ଘଟଣାସ୍ଥଳରେ ସେକ୍ଟର ୩ ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ସେ ଏନଆଇଟିରେ ମେଡିକାଲ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।
ତାଙ୍କ ଘର କର୍ଣ୍ଣାଟକରେ ବୋଲି ପୁଲିସ କହିଛି l ଫ୍ୟାନରେ ତାଙ୍କ ଶବ ଝୁଲୁଥିବା ଦେଖି ପାଖ ପଡୋଶୀ ଏନଆଇଟି ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ l ପୁଲିସଠୁ ସୂଚନା ପାଇ ପରିବାର ରାଉରକେଲା ଆସୁଛନ୍ତି l ସେମାନେ ପହଁଚିଲା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କୁହାଯାଉଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/04/rnH1uY4BXiAd6yxJ2Qd6.jpeg)