ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ କୋନ୍ଦିଓଡା  ଗ୍ରାମର ଡମ୍ବରୁ  ଝାଙ୍କର (୨୦)  ଗତକାଲି ପଡୋଶୀ ତେଲେଙ୍ଗନା ରାଜ୍ୟର ମେଡ଼ଚଲା ଜିଲ୍ଲା ଅଧୀନ ସାଇବାରବାଦର ଜିଓନଭେଳି ପୁଲିସ  ବୁରକାପଲ୍ଲୀ ଠାରେ ଝୁଲନ୍ତା  ଶଵ ଉଦ୍ଧାର କରି ପରିବାର ଳୋକଙ୍କୁ ସୂଚନା ଦେଇଥିବା ନେଇ ମୃତକ ଡମ୍ବରୁ ଝାଙ୍କରଙ୍କ ବଡ଼ଭାଇ ସହଦେବ ଝାଙ୍କର ପ୍ରକାଶ କରିଛନ୍ତି l ଡମ୍ବରୁଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇ ଥିବା ନେଇ ପରିବାର ପକ୍ଷରୁ  ଅଭିଯୋଗ ହୋଇଛି l

Advertisment

ଡମ୍ବରୁଙ୍କର ଝୁଲନ୍ତା ଶଵ ଉଦ୍ଧାର କରି ପୁଲିସ ତଦନ୍ତ ଚଲାଇଥିବା ନେଇ ଜିଓନ ଭେଳି ସାଇବରାବାଦ ଥାନା ଅଧିକାରୀ ଭେଙ୍କଟ ରେଡି ପ୍ରକାଶ କରିଛନ୍ତିl  ମୃତକ  ଡମ୍ବରୁ ଦୁରକାପଲି ଅଞ୍ଚଳର କୋଉ ଇଟାଭାଟିରେ ଦାଦନ ଖଟୁଥିଲେ l  ଏହାର ତଦନ୍ତ ଜାରି ରହିଛି। ମୃତକଙ୍କ ସମ୍ପର୍କୀୟ ଆସି ଏତଲା ଦେବା ପରେ ମମଲା ରୁଜ୍ଜୁ ହେବା ସହ ଶଵ ବ୍ୟବଚ୍ଛେଦ କରି ଏହାର ତଦନ୍ତ ଆଗକୁ ଯିବ ବୋଲି ଥାନା ଅଧିକାରୀ ଭେଙ୍କେଟ ରେଡି  ସୂଚନା ଦେଇଛନ୍ତି l ମୃତକ ପରିବାର ଜଣେ ଗରୀବ ଶ୍ରେଣୀର ହୋଇଥିବାରୁ ପରିବାର ଳୋକଙ୍କୁ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି l 
ସୂଚନା ମୁତାବକ, ଜମାଦାରପଡା ପଞ୍ଚାୟତ କୋନ୍ଧିଓଡା ଗ୍ରାମର  ସ୍ବର୍ଗତ ଗଞ୍ଜିଆ ଝାଙ୍କରଙ୍କ ପୁଅ ଡମ୍ବରୁ ଝାଙ୍କର  ନିଜର ବିଧବା ମା ଡ଼ମତୀ ଝାଙ୍କର ଙ୍କୁ  ଦିନ ରାତି କୁଲି ମଜୁରୀ କରି ମୁହଁରେ ଦାନା ଯୋଗାଉ ଥିଲା l  ଏଠାରେ କୌଣସି କାମ ନ ମିଳିବାରୁ ଅଧିକା ରୋଜଗାର ଆଶା ରେ ବର୍ଷ ତଳେ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ l ସେଠାରୁ  ଝରିଗାଁ ବ୍ଲକର ଜଣେ ଦଲାଲଙ୍କ ପ୍ରରୋଚନାରେ ତେଲେଙ୍ଗାନା ରାଜ୍ୟ  ଦୁରକାପଲ୍ଲୀର ଏକ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେl.ଡମ୍ବରୁ ପରିବାର ଲୋକଙ୍କ ସହ କମ ଯୋଗାଯୋଗ ରଖୁଥିବା ଫଳରେ ସେ କୋଉ ଇଟାଭାଟି ମାଲିକ ପାଖେ ଦାଦନ ଖଟୁଥିଲେ, ସେ ନେଇ ପରିବାର ଲୋକଙ୍କ ପାଖରେ କୌଣସି ଖବର ନାହିଁ l

ଶନିବାର ଦିନ ପରିବାର ଳୋକଙ୍କୁ ସାଇବରବାଦ ଜିଓନଭେଳି ଥାନାରୁ ଡମ୍ବରୁଙ୍କ ମୃତ୍ୟୁ ଖବର ଦେବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତିl ସେଠାକୁ ଯିବାକୁ ପରିବାର ପାଖେ ଅର୍ଥ ନାହିଁ l  ରୋଜଗାରିଆ ପୁଅକୁ ହରାଇ ବିଧବା ମାଙ୍କ କଥା କହିଲେ ନ ସରେl  ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା ସହ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ସକାଶେ  ପରିବାର ଏବଂ ଗ୍ରାମବାସୀ  ଭୁଜରାଜ ସୋରି ଦାବୀ କରିଛନ୍ତି l 
.