ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲଙ୍କୁ ଆଉ ତ୍ରାହି ନାହିଁ। ଲଗାତାର ଅପରେସନ ଜାରି ରହିଥିବା ବେଳେ ସଂଗଠନର ବଡ଼ ବଡ଼ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଏବେ ଚିନ୍ତାରେ ପକାଇଛି। ଗତ କାଲି ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ହୋଇଥିବା ଏନକାଉଣ୍ଟରରେ ଆଉ ଜଣେ ଦୁର୍ଦାନ୍ତ ନକ୍ସଲ ମୃତ୍ୟୁବରଣ କରିଛି। ପ୍ରକାଶ ଥାଉକି ଦୁଇ ଦିନ ତଳେ କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏନକାଉଣ୍ଟରରେ ଆଉ ଜଣେ ଆଗଧାଡ଼ିର ନକ୍ସଲ ଭାସ୍କରର ମୃତ୍ୟୁ ହୋଇଛି। ଭାସ୍କର ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଭାସ୍କର ନିକଟରେ ଏକ ଏକେ-୪୭ ବନ୍ଧୁକ ଜବତ କରିଛି ପୁଲିସ।

Advertisment

ପୁଲିସର କହିବା ଅନୁଯାୟୀ ମୁଣ୍ଡଗୁଲା ଭାସ୍କର ରାଓ ଅରଫ ମଇଲାରାପୁ ତେଲେଙ୍ଗାନା ଜିଲ୍ଲାର ଆଦିଲାବାଦ ଜିଲ୍ଲାର ଉରୁମାଦଲା ଗ୍ରାମର ବାସିନ୍ଦା। ସେ ତେଲେଙ୍ଗାନା ଷ୍ଟେଟ କମିଟିର ସ୍ବତନ୍ତ୍ର ଜୋନାଲ କମିଟର ସଦସ୍ୟ ରହିଥିଲା। ଏଥିସହ ତେଲେଙ୍ଗାନା ରାଜ୍ୟ ସମିତିର ମଞ୍ଚେରିୟଲ କୋମରା ଭୀମ ସଂଗଠନର ସଚିବ ମଧ୍ୟ ରହିଥିଲା। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଏନକାଉଣ୍ଟରରେ ଆହୁରି କେତେ ନକ୍ସଲ ମୃତାହତ ହୋଇଛନ୍ତି ସେନେଇ ତଦନ୍ତ ଚାଲିଥିବା ପୁଲିସ କହିଛି।  ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତେଲେଙ୍ଗାନା ଷ୍ଟେଟ କମିଟି ନକ୍ସଲ ସଂଗଠନର ପ୍ରେସ ଇନଚାର୍ଜ ପ୍ରକାଶ ସମେତ ବହୁ ନକ୍ସଲ ଏଠାରେ କ୍ୟାମ୍ପ କରି ରହିଛନ୍ତି। ପୁଲିସ ତୁରନ୍ତ ଚଢାଉ କରିଥିଲା। ତେବେ ବହୁ  ନକ୍ସଲ ଏହି ଏନକାଉଣ୍ଟରରେ ଖସି ପଳାଇବାରେ ସଫଳ ହୋଇଥିବା ପୁଲିସ କହିଛି। ତେବେ ଆହୁରି ଅଧିକା ନକ୍ସଲ ମୃତ୍ୟୁବରଣ କରିଥିବା ପୁଲିସ ଅନୁମାନ କରୁଛି।

maoists