ବିଶ୍ରା: ଝାଡ଼ଖଣ୍ଡ ରାଜ୍ୟକୁ ଦୀର୍ଘ ସମୟ ଧରି ଭୟଭୀତ କରୁଥିବା ଜଣେ କୁଖ୍ୟାତ ମାଓବାଦୀ ଶେଷରେ ପୁଲିସ ଜାଳରେ ଧରାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ହଜାରିବାଗ ଜିଲ୍ଲାର ବାରକାଗାଁ ଅଞ୍ଚଳର ଜୋରାକଟ ଗାଁରୁ ସିପିଆଇ ମାଓବାଦୀର ପୂର୍ବତନ ଜୋନାଲ କମାଣ୍ଡର ସୁନିଲ ଗଞ୍ଜୁଙ୍କୁ ପୁଲିସ ଗିରଫ କରିଛି। ସୁନିଲ ଗଞ୍ଜୁ ୨୦୦୧ ମସିହାରେ ହୋଇଥିବା ବେଲଟୁ ଗଣହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ। ସେହି ଘଟଣାରେ ମାଓବାଦୀମାନେ ୧୩ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେ ସମୟରେ ମୃତକଙ୍କ ମୁଣ୍ଡ କାଟି ଫୁଟବଲ ଖେଳିଥିବା ଅଭିଯୋଗ ମଧ୍ୟ ହୋଇଥିଲା, ଯାହା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ସୁନିଲ ଗଞ୍ଜୁ ୧୯୯୦ରୁ ମାଓବାଦୀ ସଂଗଠନରେ ସକ୍ରିୟ ଥିଲେ। ସେ ୨୦୧୮ରେ କାରାଗାରରୁ ମୁକ୍ତ ହେବା ପରେ ପୁନଃ ସଂଗଠନରେ ଯୋଗ ଦେଇ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିଥିଲେ। ସେ ଓ ତାଙ୍କ ସହଯୋଗୀମାନେ ଜୋରାକଟ ଓ ପାଖପାଖି ଅଞ୍ଚଳରେ ଟିକସ ଆଦାୟ ଓ ସଂଗଠନ ଶକ୍ତିକରଣରେ ଲିପ୍ତ ଥିଲେ। ମାଓ ଦମନ ଅଭିଯାନ ବେଳେ ପୁଲିସ ଜୋରାକଟ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଏହି ସମୟରେ ପୁଲିସ ଗୋଟିଏ ବଡ଼ ବ୍ୟାଗ ସହିତ ସନ୍ଦେହ ଜଣକ ଅବସ୍ଥାରେ ଜଣେ ବ୍ୟକ୍ତିକୁ ଧରି ପଚରାଉଚରା କରିଥିଲେ। ଯାହା ପରେ ଉକ୍ତ ଲୋକଟି ନିଜକୁ ସୁନିଲ ଗଞ୍ଜୁ ବୋଲି ପରିଚୟ ଦେଇଥିଲେ। ତାପାଖରୁ ମାଓ ଲେଟରହେଡ, ପାମ୍ଫଲେଟ ଓ ଅନ୍ୟାନ୍ୟ ଦଳୀୟ ସାମଗ୍ରୀ ଜବତ କରାଯାଇଛି। ହଜାରିବାଗ ଏସ୍ପି ଅଞ୍ଜନୀ ଅଞ୍ଜନ କହିଛନ୍ତି ଯେ ସୁନିଲ ଗଞ୍ଜୁଙ୍କ ଗିରଫଦାରୀ ନକ୍ସଲ ସଙ୍ଗଠନ ପାଇଁ ଗୋଟିଏ ବଡ଼ ଝଟ୍କା।
ସୂଚନା ଅନୁସାରେ, ସୁନିଲ ଗଞ୍ଜୁ ୧୯୯୦ରୁ ମାଓବାଦୀ ସଂଗଠନରେ ସକ୍ରିୟ ଥିଲେ। ସେ ୨୦୧୮ରେ କାରାଗାରରୁ ମୁକ୍ତ ହେବା ପରେ ପୁନଃ ସଂଗଠନରେ ଯୋଗ ଦେଇ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିଥିଲେ। ସେ ଓ ତାଙ୍କ ସହଯୋଗୀମାନେ ଜୋରାକଟ ଓ ପାଖପାଖି ଅଞ୍ଚଳରେ ଟିକସ ଆଦାୟ ଓ ସଂଗଠନ ଶକ୍ତିକରଣରେ ଲିପ୍ତ ଥିଲେ। ମାଓ ଦମନ ଅଭିଯାନ ବେଳେ ପୁଲିସ ଜୋରାକଟ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଏହି ସମୟରେ ପୁଲିସ ଗୋଟିଏ ବଡ଼ ବ୍ୟାଗ ସହିତ ସନ୍ଦେହ ଜଣକ ଅବସ୍ଥାରେ ଜଣେ ବ୍ୟକ୍ତିକୁ ଧରି ପଚରାଉଚରା କରିଥିଲେ। ଯାହା ପରେ ଉକ୍ତ ଲୋକଟି ନିଜକୁ ସୁନିଲ ଗଞ୍ଜୁ ବୋଲି ପରିଚୟ ଦେଇଥିଲେ। ତାପାଖରୁ ମାଓ ଲେଟରହେଡ, ପାମ୍ଫଲେଟ ଓ ଅନ୍ୟାନ୍ୟ ଦଳୀୟ ସାମଗ୍ରୀ ଜବତ କରାଯାଇଛି। ହଜାରିବାଗ ଏସ୍ପି ଅଞ୍ଜନୀ ଅଞ୍ଜନ କହିଛନ୍ତି ଯେ ସୁନିଲ ଗଞ୍ଜୁଙ୍କ ଗିରଫଦାରୀ ନକ୍ସଲ ସଙ୍ଗଠନ ପାଇଁ ଗୋଟିଏ ବଡ଼ ଝଟ୍କା। ସେ ଅଞ୍ଚଳରେ ସଂଗଠନକୁ ପୁନଃ ସକ୍ରିୟ କରିବା ପ୍ରୟାସରେ ଥିଲେ।