କୁଚିଣ୍ଡା: ସମ୍ବଲପୁରଜିଲ୍ଲା ଜମନକିରା ବ୍ଲକ ସୁବର୍ଣ୍ଣପାଲି ପଂଚାୟତ ଅନ୍ତର୍ଗତ ଗୋଡ଼ାବନ୍ଧୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରକୁ ମାଡ଼ମାରିବା ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଧାନଶିକ୍ଷକ ସମୀର ବାରିକ ନିଲମ୍ବନ କରିଛି।
ସୂଚନାଯୋଗ୍ୟ, ଗତ ୨୨ ତାରିଖ ଦିନ ଘରୋଇ ଟିଉସନକୁ କେନ୍ଦ୍ର କରି ଜଣେ ଆଦିବାସୀ ଛାତ୍ରଙ୍କୁ ଗୋଡ଼ାବନ୍ଧୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର ବାରିକ ଜାଣିଶୁଣି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲାl ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ ମଧ୍ୟ କରାଯାଇଥିଲା। ହେଲେ ଅଭିଯୋଗ ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲାl ଯାହାଫଳରେ ବିଭାଗୀୟ କର୍ତ୍ତୃପକ୍ଷ ଏହି ଘଟଣାକୁ ଗରୁତ୍ବ ଦେଇଥିଲେ। ବିଦ୍ୟାଳୟ କମିଟି ମଧ୍ୟ ଏକ ଲିଖିତ ଅଭିଯୋଗ ଜମନକିରା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରୁକ୍ମଣ ପଧାନଙ୍କୁ କରିଥିଲେl
ଆଜି ବିଇଓ ଶ୍ରୀ ପ୍ରଧାନ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ବିଦ୍ୟାଳୟ କମିଟି ମାଡ଼ ଖାଇଥିବା ଛାତ୍ରର ଅଭିଭାବକ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ କରିଥିଲେl ଘଟଣାର ସତ୍ୟ ଥିବା ଜାଣିବାକୁ ପାଇଥିଲେl
ଆଜି ବିଇଓ ଶ୍ରୀ ପ୍ରଧାନ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ବିଦ୍ୟାଳୟ କମିଟି ମାଡ଼ ଖାଇଥିବା ଛାତ୍ରର ଅଭିଭାବକ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ କରିଥିଲେl ଘଟଣାର ସତ୍ୟ ଥିବା ଜାଣିବାକୁ ପାଇଥିଲେl ପ୍ରଧାନ ଶିକ୍ଷକ ସମୀର ବାରିକ ଚତୁର୍ଥୀ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ଛାତ୍ରଙ୍କୁ ବ୍ୟକ୍ତିଗତ କାରଣରୁ ବିଦ୍ୟାଳୟ ପରିସରରେ ମାଡ଼ ମାରିଥିଲେ ଏବଂ ପ୍ରଧାନଶିକ୍ଷକ ସମୀର ବାରିକଙ୍କ ନାମରେ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟଇଥିବା ଅଭିଯୋଗ ରହିଛି। ଏଣୁକରି ସେ ଘଟଣାକୁ ଗୁରୁତ୍ୱ ଦେଇ ପ୍ରଧାନ ଶିକ୍ଷକଙ୍କୁ ସଙ୍ଗେ ସଙ୍ଗେ ନିଲମ୍ବିତ କରିଥିଲେl
suspended | Education | Sambalpur