ହାଟଡିହି: ପୁଣି ଜଣେ ଶିକ୍ଷକଙ୍କ କଳା କାରନାମା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗତ କିଛିଦିନ ହେଲା ଏହି ବିଦ୍ୟାଳୟର ୪ଚାରି ଜଣ ଛାତ୍ରଛାତ୍ରୀ ଏ -୧ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ଟେକ ରଖିଥିବା ବେଳେ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଘଟଣା ସମଗ୍ର ଶିକ୍ଷକ ସମାଜକୁ କଳଙ୍କିତ କରିବା ସହ ବିଦ୍ୟାଳୟର ସୁନାମରେ କଳଙ୍କ ଲେପିଛି।
ସୂଚନାରୁ ଜଣାଯାଇଛି ଯେ ନନ୍ଦିପଦା ଥାନା ବ୍ରାହ୍ମଣୀକଳା ସ୍ଥିତ ତାରିଣୀ ଠାକୁରାଣୀ ବିଦ୍ୟାଳୟ ପରିସରରେ ଦୁଇଜଣ ଶିକ୍ଷକ ଛୁଟିଦିନରେ କିଛି ଛାତ୍ର ଛାତ୍ରୀଙ୍କୁ କୋଚିଂ ଦେଉଥିଲେ। ମାମୁଁ ଘରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀଜଣକ ଗତକାଲି କୋଚିଂ ପାଇଁ ଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥୀ କବି ଛାତ୍ରୀ ଜଣକୁ ପାଣି ଗ୍ଲାସେ ଆଣିବାକୁ ଡାକିଥିଲl। ଛାତ୍ରୀ ଜଣକ ଅଫିସ୍ ରୁମ୍ କୁ ପାଣି ନେଇଯିବାରୁ ପ୍ରଧାନ ଶିକ୍ଷକ ଜଣକ ତାକୁ ମୋ କଥା ଯଦି ମାନିବୁ ତେବେ ତତେ ଏ -୧ ରେ ପାସ କରାଇ ଦେବି ବୋଲି କହି ସମ୍ବେଦନଶୀଳ ଅଙ୍ଗରେ ହସ୍ତ ସଞ୍ଚାଳନ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲl। ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ପଳାଇ ଆସି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ।
ନନ୍ଦିପଦା ଥାନା ବ୍ରାହ୍ମଣୀକଳା ସ୍ଥିତ ତାରିଣୀ ଠାକୁରାଣୀ ବିଦ୍ୟାଳୟ ପରିସରରେ ଦୁଇଜଣ ଶିକ୍ଷକ ଛୁଟିଦିନରେ କିଛି ଛାତ୍ର ଛାତ୍ରୀଙ୍କୁ କୋଚିଂ ଦେଉଥିଲେ। ମାମୁଁ ଘରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀଜଣକ ଗତକାଲି କୋଚିଂ ପାଇଁ ଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥୀ କବି ଛାତ୍ରୀ ଜଣକୁ ପାଣି ଗ୍ଲାସେ ଆଣିବାକୁ ଡାକିଥିଲl। ଛାତ୍ରୀ ଜଣକ ଅଫିସ୍ ରୁମ୍ କୁ ପାଣି ନେଇଯିବାରୁ ପ୍ରଧାନ ଶିକ୍ଷକ ଜଣକ ତାକୁ ମୋ କଥା ଯଦି ମାନିବୁ ତେବେ ତତେ ଏ -୧ ରେ ପାସ କରାଇ ଦେବି ବୋଲି କହି ସମ୍ବେଦନଶୀଳ ଅଙ୍ଗରେ ହସ୍ତ ସଞ୍ଚାଳନ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲl। ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ପଳାଇ ଆସି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ।
ପରିବାର ଲୋକେ ଝିଅର ବାପାଙ୍କୁ ଜଣାଇବା ସହିତ ସ୍କୁଲ କମିଟିକୁ ଜଣାଇଥିଲେ। ଗାଁର କିଛି ଲୋକ ଘଟଣାକୁ ଚାପି ଦେବାକୁ ପରିବାର ଲୋକଙ୍କ ଉପରେ ଚାପ ପକାଇ ଥିଲେ। ଏଥିପାଇଁ ରାତିରେ ଗାଁ ରେ ବୈଠକ ବସି ସମାଧାନ ପାଇଁ ଉଦ୍ୟମ ହୋଇଥଲା। କିନ୍ତୁ ଝିଅର ବାପା ସହମତି ନହୋଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନନ୍ଦିପଦା ପୁଲିସ ରାତିରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗାଁକୁ ଯାଇ ତଦନ୍ତ କରିଥିବା ବେଳେ କଳଙ୍କିତ ପ୍ରଧାନ ଶିକ୍ଷକଙ୍କୁ ପାଇ ନଥିଲେ। ଶିକ୍ଷକ ଜଣକ ବିଭିନ୍ନ ସ୍ତରରୁ ଚାପ ପକାଇ ସମାଧାନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ତାଙ୍କ ମୋବାଇଲ ସୁଇଚ୍ ଅଫ ଅଛି। ପରିବାର ଲୋକେ ଝିଅର ବାପାଙ୍କୁ ଜଣାଇବା ସହିତ ସ୍କୁଲ କମିଟିକୁ ଜଣାଇଥିଲେ। ଗାଁର କିଛି ଲୋକ ଘଟଣାକୁ ଚାପି ଦେବାକୁ ପରିବାର ଲୋକଙ୍କ ଉପରେ ଚାପ ପକାଇ ଥିଲେ। ଏଥିପାଇଁ ରାତିରେ ଗାଁ ରେ ବୈଠକ ବସି ସମାଧାନ ପାଇଁ ଉଦ୍ୟମ ହୋଇଥଲା। କିନ୍ତୁ ଝିଅର ବାପା ସହମତି ନହୋଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନନ୍ଦିପଦା ପୁଲିସ ରାତିରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗାଁକୁ ଯାଇ ତଦନ୍ତ କରିଥିବା ବେଳେ କଳଙ୍କିତ ପ୍ରଧାନ ଶିକ୍ଷକଙ୍କୁ ପାଇ ନଥିଲେ। ଶିକ୍ଷକ ଜଣକ ବିଭିନ୍ନ ସ୍ତରରୁ ଚାପ ପକାଇ ସମାଧାନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ତାଙ୍କ ମୋବାଇଲ ସୁଇଚ୍ ଅଫ ଅଛି।
ପୁଲିସ ନନ୍ଦିପଦା ଥାନା କେସ ନଂ ୧୪୬ରେ ମାମଲା ରୁଜ୍ଜୁ କରିଥିବା ସୁଚନା ଦେଇଛି। ଏପରି କଳଙ୍କିତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଭାଗୀରଥି କବି ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଥିବାବେଳେ ପ୍ରଧାନଶିକ୍ଷକଙ୍କ ଅବସର ପରେ ଏବେ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ଅନ୍ୟ ପକ୍ଷରେ ବିଦ୍ୟାଳୟ ପରିସରରେ କୋଚିଂ ସେଣ୍ଟର ଖୋଲି କୋଚିଂ ଦେବା ନିୟମବିରୁଦ୍ଧ ହୋଇଥିଲେ ବି କିପରି ସେଠାରେ କୋଚିଂ ସେଣ୍ଟର ଚାଲିଥିଲା ଓ କିଏ ଅନୁମତି ଦେଇଥିଲା ତାହା ତଦନ୍ତ ସାପେକ୍ଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/26/xTaVSidENkVE0XXRQ87T.jpg)