ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନ ଗସ୍ତରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ଭୁବନରେ ଡାଇରିଆ ବ୍ୟାପିବା ସ୍ଥିତି ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ। ଏହାପରେ ସେ ଷ୍ଟପ ଡାଇରିଆ କାର୍ଯ୍ୟକ୍ରମ  ଉଦଘାଟନ କରିଛନ୍ତି।  ଯାହାକି ସାରା ରାଜ୍ୟରେ ୪୫ ଦିନ ଧରି  ଚାଲିବ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ଯୋଗ ଦେଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ସମସ୍ତ ଆକ୍ରାନ୍ତକୁ ଭେଟି ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି।

Advertisment

ଭୁବନରେ ଡାଇରିଆ ବ୍ୟାପିବା ସ୍ଥିତି ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ। ଏହାପରେ ସେ ଷ୍ଟପ ଡାଇରିଆ କାର୍ଯ୍ୟକ୍ରମ  ଉଦଘାଟନ କରିଛନ୍ତି।  ଯାହାକି ସାରା ରାଜ୍ୟରେ ୪୫ ଦିନ ଧରି  ଚାଲିବ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ଯୋଗ ଦେଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ସମସ୍ତ ଆକ୍ରାନ୍ତକୁ ଭେଟି ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି।

ପ୍ରକାଶ ଥାଉକି, ଗତକାଲି ଭୁବନରେ ଜଣେ ଡାଇରିଆରେ ମୃତ୍ୟୁବରଣ କରିଥିବା ତାଙ୍କର ପରିବାର ଲୋକେ ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ତରଫରୁ କାମାକ୍ଷାନଗର ଉପଜିଲ୍ଲାପାଳ ଦୀନମଣି ନାୟକ ମୃତକ ଘରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ତୁରନ୍ତ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଭୁବନରେ ଡାଇରିଆରେ ୪୨ ଜଣ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିବା ବେଳେ ଆଜି ଏହି ସଂଖ୍ୟା ୬୩ରେ  ପହଞ୍ଚିଛି । କିଛି ରୋଗୀ ଚିକିତ୍ସା ହୋଇ ଫେରିଲେଣି। ତେବେ ବର୍ତ୍ତମାନ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିମାନଙ୍କ ସମୀକ୍ଷା ବୈଠକ କରି ଡାଇରିଆ ଯେପରି ନ ବ୍ୟାପିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ନେଇ ଆଲୋଚନା କରିଛନ୍ତି।