ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେଲା ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସାରା ଓଡ଼ିଶା ଆହୁରି ଜଳିବ ବୋଲି ଆକଳନ କରାଯାଉଛି। ଅସମ୍ଭାଳ ତାତି ଓ ଅସହ୍ୟ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି। ଆଗାମୀ ୩ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରି ତାପମାତ୍ରା ବଢ଼ିବାର ସମ୍ଭାବନା ଥିବା ବେଳେ ତାପମାତ୍ରା ୪୪ ଡିଗ୍ରି ଟପିପାରେ।
ଏହି ଖବର ପଢ଼ନ୍ତୁ: ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ
ପାଣିପାଗ ବୈଜ୍ଞାନିକ ସଂଜୀବ ଦ୍ବିବେଦୀ କହିଛନ୍ତି, ବିଭାଗ ୧୩ରୁ ୧୫ ତାରିଖ ୩ ଦିନ ପାଇଁ ହିଟ ୱେଭି ବା ଗ୍ରୀଷ୍ମ ପ୍ରବାହ ଜାରି କରିଛି। ୧୩ ତାରିଖରେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତୀ ୯ ଜିଲ୍ଳାକୁ ହିଟ ୱେଭ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି। ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।
ସେହିପର ଆସନ୍ତାକାଲି ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଏହି ୧୩ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ୧୪ ତାରିଖରେ ୧୩ ଓ ୧୫ ତାରିଖରେ ୧୪ ଜିଲ୍ଲାକୁ ହିଟ ୱେଭ ସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି।
ଅନ୍ୟପଟେ ଗତ ୨୪ ଘଂଟାରେ ରାଜ୍ୟରେ ପ୍ରବଳ ଗରମ ସହ କାଁଭାଁ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ସର୍ବାଧିକ ୪୩.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ା-ହୀରାକୁଦରେରେ ୪୧.୬, ରାଉରକେଲାରେ ୪୦.୪, ଚାନ୍ଦବାଲିରେ ୩୯.୭ ଓ ବାଲେଶ୍ବରରେ ମଧ୍ୟ ୩୯.୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।
Weather | IMD
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/11/K9LV24vIhOkUNDGktiUk.jpg)