ଭୁବନେଶ୍ବର: ଆଜି ପୁଣି ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ହେଉଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଏଣେ ,ହୀରାକୁଦରେ ୩୯.୪, ସମ୍ବଲପୁରରେ ୩୯., ବାଲେଶ୍ବରରେ ୩୮ , ପୁରୀରେ ୩୫, ରାଉରକେଲା ୩୭, ଭୁବନେଶ୍ବରରେ ୩୭.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ଆଜି ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ହେଉଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଏଣେ ,ହୀରାକୁଦରେ ୩୯.୪, ସମ୍ବଲପୁରରେ ୩୯., ବାଲେଶ୍ବରରେ ୩୮ , ପୁରୀରେ ୩୫, ରାଉରକେଲା ୩୭, ଭୁବନେଶ୍ବରରେ ୩୭.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ପୂର୍ବ ଓଡ଼ିଶାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଏହି କାରଣରୁ ଘରେ ରହି ହେଉନି କି ବାହାରକୁ ବାହାରି ହେଉନି। ଏଣେ ଆସନ୍ତା ୧୫ ତାରିଖ ଯାଏ ପ୍ରବଳ ଖରାରୁ ଆଶ୍ବସ୍ତି ମିଳିବନି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/weather.jpg)