ଭୁବନେଶ୍ବର: ଜାଗର ପାଇଁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମନ୍ଦିର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ସାଢ଼େ ୩ଟାରେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଛି। ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଛି ।
ଆଜି ମହାଶିବରାତ୍ରି ପାଇଁ ଭୋର ୩.୩୦ ରୁ ଦିନ ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ ଦେଇଛନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁ। ପ୍ରଥମେ ସକାଳ ୫ ଟା ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା । ତାପରେ ସାଧାରଣ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସକାଳୁ ମନ୍ଦିରରେ ପହଞ୍ଚି ସୁରକ୍ଷା ଦାୟିତ୍ଵର ତଦାରଖ କରିଛନ୍ତି ଦୁଇ ଡିସିପି ଜଗମୋହନ ମିନ୍ନା ଓ ପିନାକ ମିଶ୍ର। ସୁରକ୍ଷା ଦାୟିତ୍ବରେ ମୁତୟନ ଅଛନ୍ତି ୪୮ ପ୍ଲାଟୁନ ଫୋର୍ସ । ଏହାସହ ୪ ଡିସିପି ପାହ୍ୟା ଅଧିକାରୀ, ୫ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀ, ୧୫ ଏସିପି, ୨୮ ଇନ୍ସପେକ୍ଟର ଏବଂ ୧୨୨ ଏସଆଇ ସୁରକ୍ଷା ଦାୟିତ୍ବରେ ଅଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାରିକେଡ ମଧ୍ୟରେ ଭକ୍ତଙ୍କୁ ଦର୍ଶନ କରିବାକୁ ଛଡାଯାଉଛି। ଏଣେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା କହିଛନ୍ତି, ଲିଙ୍ଗରାଜ ମନ୍ଦିରରେ ଆକଳନ ଠାରୁ ଅଧିକ ଭକ୍ତଙ୍କ ଭିଡ଼ି ଲାଗିଛି । ଏହାକୁ ନେଇ ଭିଡ଼ ନିୟନ୍ତ୍ରଣ ସାମାନ୍ୟ କଷ୍ଟକର ହୋଇଛି। ତଥାପି ପୁଲିସ ପ୍ରଶାସନ ଓ ଅଧିକାରୀ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ଲାଗିଛନ୍ତି। ମନ୍ଦିରର ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ତାକୁ ନେଇ ସେବାୟତଙ୍କ ସହ ମଧ୍ୟ ସକାଳୁ ଆଲୋଚନା ହୋଇଛି। ଏବେ ସୁଦ୍ଧା ସବୁ ସଠିକ୍ ଓ ନିର୍ଦ୍ଧାରିତ ସମୟରେ ଚାଲିଛି।
ଆଜି ମହାଶିବରାତ୍ରି ପାଇଁ ଭୋର ୩.୩୦ ରୁ ଦିନ ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ ଦେଇଛନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁ। ପ୍ରଥମେ ସକାଳ ୫ ଟା ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା । ତାପରେ ସାଧାରଣ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସକାଳୁ ମନ୍ଦିରରେ ପହଞ୍ଚି ସୁରକ୍ଷା ଦାୟିତ୍ଵର ତଦାରଖ କରିଛନ୍ତି ଦୁଇ ଡିସିପି ଜଗମୋହନ ମିନ୍ନା ଓ ପିନାକ ମିଶ୍ର। ସୁରକ୍ଷା ଦାୟିତ୍ବରେ ମୁତୟନ ଅଛନ୍ତି ୪୮ ପ୍ଲାଟୁନ ଫୋର୍ସ । ଏହାସହ ୪ ଡିସିପି ପାହ୍ୟା ଅଧିକାରୀ, ୫ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀ, ୧୫ ଏସିପି, ୨୮ ଇନ୍ସପେକ୍ଟର ଏବଂ ୧୨୨ ଏସଆଇ ସୁରକ୍ଷା ଦାୟିତ୍ବରେ ଅଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାରିକେଡ ମଧ୍ୟରେ ଭକ୍ତଙ୍କୁ ଦର୍ଶନ କରିବାକୁ ଛଡାଯାଉଛି।
ଏଣେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା କହିଛନ୍ତି, ଲିଙ୍ଗରାଜ ମନ୍ଦିରରେ ଆକଳନ ଠାରୁ ଅଧିକ ଭକ୍ତଙ୍କ ଭିଡ଼ି ଲାଗିଛି । ଏହାକୁ ନେଇ ଭିଡ଼ ନିୟନ୍ତ୍ରଣ ସାମାନ୍ୟ କଷ୍ଟକର ହୋଇଛି। ତଥାପି ପୁଲିସ ପ୍ରଶାସନ ଓ ଅଧିକାରୀ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ଲାଗିଛନ୍ତି। ମନ୍ଦିରର ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ତାକୁ ନେଇ ସେବାୟତଙ୍କ ସହ ମଧ୍ୟ ସକାଳୁ ଆଲୋଚନା ହୋଇଛି। ଏବେ ସୁଦ୍ଧା ସବୁ ସଠିକ୍ ଓ ନିର୍ଦ୍ଧାରିତ ସମୟରେ ଚାଲିଛି।