ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ୟା ସ୍ଥିତି ଟଳି ନଥିବା ବେକେ ଗତକାଲି ରାତି ବାରଟା ଠାରୁ ଅନବରତ ବର୍ଷା ଲାଗିରହିଛି। ଆଜି ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ଲୋକଙ୍କର ଘରେ ବର୍ଷା ଜଳ ପ୍ରବେଶ କରିଛି। ସହରର ରାସ୍ତାଘାଟ ବୁଡ଼ିଛି। ଆଜି ଦିନରେ ଭଦ୍ରକ ଜିଲ୍ଲାରେ ୧୫୯ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଦୃଷ୍ଟିରେ ରଖାଯାଇ ଭଦ୍ରକ ଜିଲ୍ଲାରେ ୪ ବ୍ଲକର ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି।
ଆଜି ସକାଳୁ ଜିଲ୍ଲାପାଳ ଦିଲୀପ ରାଉତରାୟ ଏକ ଭିଡିଓ ବାର୍ତ୍ତା ଜାରି ଜାରି ଜିଲ୍ଲାର ଧାମନଗର, ତିହିଡ଼ି, ଚାନ୍ଦବାଲି, ବାସୁଦେବପୁର ବ୍ଲକର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଥିଲେ। ଆଜି କିନ୍ତୁ ଭଣ୍ଡାରିପୋଖରୀ ବ୍ଲକର ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରଜି ନଥିବା ବେଳେ ବହୁ କଷ୍ଟରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଇଥିଲେ। ଭଣ୍ଡାରିପୋଖରୀ ବନ୍ୟାପ୍ଲାବିତ ଅଞ୍ଚଳ ହୋଉଥିବା ବେଳେ ଏହି ଅଞ୍ଚଳରେ ବୈତରଣୀ ନଦୀର ଜଳସ୍ତର ଏବେ ମଧ୍ୟ ବଢ଼ିକି ରହିଛି। ତଳିଆ ଅଞ୍ଚଳ ଓ ନଦୀ କୂଳିଆ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଏହି ସବୁ ନଦୀ କୂଳିଆ ସ୍କୁଲ ଗୁଡ଼ିକୁ ବନ୍ଦ କରିବା ପାଇଁ ଅନେକ ଅଭିଭାବକ ଦାବି କରିଛନ୍ତି।
ଆଜି ପ୍ରବଳ ବର୍ଷା ସତ୍ତ୍ଵ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ କାହିଁକି ବନ୍ଦ କରାଗଲା ନାହିଁ ବୋଲି ଅନେକ ଲୋକ ଅଭିଯୋଗ କରିବା ସହ ପ୍ରଶ୍ନ ଉଠାଇଛନ୍ତି। ଅତ୍ୟଧିକ ବର୍ଷା ହେଲେ ଅଙ୍ଗନବାଡ଼ି କେନ୍ଦ୍ର ଓ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ବିଭିନ୍ନ। ମହଲରେ ଦାବି ହୋଇଛି।
ସେହିପରି ଆଜିର ଲଗାଣ ବର୍ଷାରେ ଭଦ୍ରକ ସହରର ପ୍ରମୁଖ ରାସ୍ତା ମହତାବ ଛକରୁ ଆରଡ଼ି ଛକ ପର୍ଯ୍ୟନ୍ତ ରାସ୍ତା ପାଣିରେ ବୁଡ଼ୁଛି। ଆରଡ଼ି ଛକରୁ ବିନାୟକ କଲେଜ ରାସ୍ତା ବର୍ଷା ଜଳରେ ବୁଡ଼ିଯାଇଛି। ଅପର୍ତ୍ତିବିନ୍ଧା ଛକରୁ ବନ୍ତ ଛକ ରାସ୍ତା ବର୍ଷା ଜଳରେ ବୁଡ଼ିଛି। ପୁରୁଣାବଜାର, ଏରେଇ, ଚରମ୍ପା ଅଞ୍ଚଳର ଅନେକ ରାସ୍ତା ବର୍ଷା ଜଳରେ ବୁଡ଼ିଛି। ଡ୍ରେନ ବ୍ୟବସ୍ଥା ନଥିବାରୁ ଭଦ୍ରକ ସହର ତଳି ଅଞ୍ଚଳ ବର୍ଷା ଜଳରେ ବୁଡ଼ିଛି। ସାମରାଇପୁର, ବିଜୁପଟ୍ଟନାୟକ କଲୋନି, ମହତାବ କଲୋନି, ଅନୁକୂଳ ଚନ୍ଦ୍ର ମନ୍ଦିର ପାଖ କଲୋନି, ଜଗନ୍ନାଥପୁର ନିୟୁ କଲୋନି ରାସ୍ତା ସବୁ ବୁଡ଼ି ଯାଇଛି। ଲୋକେ ଆଣ୍ଠୁ ଏ ପାଣିରେ ଆସୁଛନ୍ତି। ରାସ୍ତାଉପରେ ବର୍ଷା ଜଳ ସୂଅ ଛୁଟୁ ଥିବାରୁ ସାପ ଭୟ ଲୋକଙ୍କୁ ଘଟିଛି।
ଲୋକଙ୍କ ଘରେ ବର୍ଷା ଜଳ ପ୍ରବେଶ କରିଥିବାରୁ ଲୋକେ ଘରୁ ମଟର ଲଗାଇ ବର୍ଷା ଜଳ ନିଷ୍କାସନ କରୁଛନ୍ତି। ଅନେକ ଲୋକଙ୍କର ତଳ ଘର ବୁଡ଼ି ଯାଇଥିବା ବେଳେ ସେମାନେ ଘରୁ ବାହାରିବା ସମ୍ଭବ ହେଉ ନାହିଁ। ଭଦ୍ରକ ବ୍ଲକର ଗଂଜରିବାଡ଼ି ଗ୍ରାମରେ ବର୍ଷାଜଳ ଲୋକଙ୍କ ଘରେ ପ୍ରବେଶ କରିଛି। ସାଳନ୍ଦୀ ନଦୀ କୂଳିଆ ଓ ବୈତରଣୀ ନଦୀ କୂଳିଆ ଅନେକ ଗାଁ ରେ ଏବେ ମଧ୍ୟ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି।
ଭଦ୍ରକରେ ବନ୍ୟା ଓ ବର୍ଷାର ବିତ୍ପାତ ଲାଗି ରହିଥିବା ବେକେ ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଭଦ୍ରକର ବନ୍ୟା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଜି ରାତିରେ ଏଭଳି ବର୍ଷା ଲାଗି ରହିଲେ। ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିବା ପାଇଁ ଅନେକ ଅଭିଭାବକ ଦାବି କରିଛନ୍ତି।
Rain in Odisha | Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/30/bhadrak-rain-2025-07-30-20-12-25.jpg)