କାଲିମେଳା: ମାଲକାନଗିରି ଜିଲ୍ଲାରେ ବିଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। କାଲିମେଲା ଅଞ୍ଚଳରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କନ୍ୟାଶ୍ରମ ପୋଲ ଉପରେ ଶୁକ୍ରବାର ଦିନ ପାଣି ପ୍ରବାହିତ ହେଉଛି। ଧୀରେଧୀରେ ବନ୍ୟା ଜଳସ୍ତର ବଢୁ ଥିବା ବେଳେ ଅପରାହ୍ଣ ସାଢ଼େ ୩ଟାରେ ପୋଲ ଉପରେ ୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।
କନ୍ୟାଶ୍ରମ ପୋଲ ଉପରେ ଶୁକ୍ରବାର ଦିନ ପାଣି ପ୍ରବାହିତ ହେଉଛି। ଧୀରେଧୀରେ ବନ୍ୟା ଜଳସ୍ତର ବଢୁ ଥିବା ବେଳେ ଅପରାହ୍ଣ ସାଢ଼େ ୩ଟାରେ ପୋଲ ଉପରେ ୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।
ତେବେ କିଛି ଅମାନିଆ ବାଇକ ଓ ଅଟୋ ଚାଳକ ପୋଲ ଉପରେ ବିପଦପୂର୍ଣ୍ଣ ଭାବରେ ଯାତାୟତ କରୁଥିବାର ଦେଖିବାକୁ ମିଳିଛି। ଏକ ସପ୍ତାହ ମଧ୍ୟରେ ୩ ଥର ବୁଡ଼ିଲାଣି ଏହି କନ୍ୟା ଶ୍ରମ ପୋଲ। ପୋଲଟି କମ ଉଚ୍ଚ ଥିବାରୁ ପଟେରୁ ନଦୀରେ ବନ୍ୟା ହେଲେ ଏହା ବୁଡ଼ିଯାଉଛି। ପୋଲ ଟି ବାରମ୍ବାର ବୁଡିବା ଯୋଗୁଁ କାଲିମେଳାରୁ ଛତିଶଗଡ ସହ ପଡିଆ ବ୍ଲକକୁ ଯାତାୟାତ ପ୍ରଭାବିତ ହେଉଛି। ଫଳରେ ଲୋକମାନେ ନାହିଁ ନ ଥିବା ଅସୁ ବିଧାର ସମ୍ମୁଖୀନ ହେଇ ଆସୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/m9N5ubzcIkcgIobPh9HG.jpeg)