ସୁନ୍ଦରଗଡ଼: ନିଲମ୍ବିତ ହେଲେ ହେମଗିରି ତହସିଲଦାର। କାର୍ଯ୍ୟରେ ଅବହେଳା ଯୋଗୁଁ ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ସଚିବ ନିଲମ୍ବନ ଆଦେଶ ଦେଇଛନ୍ତି।
ତୁରନ୍ତ ଦାୟିତ୍ବ ହସ୍ତାନ୍ତର ସହ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ବିନା ଅନୁମତିରେ ସେ ମୁଖ୍ଯାଳୟ ଛାଡ଼ିପାରିବେ ନାହିଁ ବୋଲି ବି ନିର୍ଦ୍ଦେଶ ରହିଛି।