ଜେରୁସେଲମ: ଇସ୍ରାଏଲୀ ସେନା ଦାବି କରିଛି, ସେମାନେ ଫେବ୍ରୁଆରି ୧ରେ ଲେବାନନ୍‌ରେ ହେଜବୋଲ୍ଲା ଆତଙ୍କବାଦୀ ଅଲି ଦାଉଦ ଆମିକଙ୍କୁ ଡ୍ରୋନ୍ ଆକ୍ରମଣ କରି ହତ୍ୟା କରିଛନ୍ତି। ଅଲି ଦାଉଦ ଆମିକଙ୍କୁ ହତ୍ୟା କରିବା ଇସ୍ରାଏଲ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଦାଉଦ ହେଜବୋଲ୍ଲାର ଇଞ୍ଜିନିୟରିଂ ବିଭାଗ ଶାଖାର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ। ଇସ୍ରାଏଲ ଦାବି କରିଛି, ମୃତ ଆତଙ୍କବାଦୀ ଦକ୍ଷିଣ ଲେବାନନ୍‌ର ଅଲ-ଡ୍ୱେୟାର ଅଞ୍ଚଳରେ ହେଜବୋଲ୍ଲାର ସାମରିକ ଭିତ୍ତିଭୂମି ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ। ଏହା ସହିତ ଇସ୍ରାଏଲୀ ସେନା ବିରୋଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପ୍ରୋତ୍ସାହିତ କରୁଥିଲେ। ଏହା ଦ୍ବାରା ସେ ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ହୋଇଥିବା ବୁଝାମଣାର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା। ଇସ୍ରାଏଲୀ ସୁରକ୍ଷା ବାହିନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି, ଅଲି ଦାଉଦ ଆମିକ ମୃତ।

Advertisment

ଇସ୍ରାଏଲ ଓ ଲେବାନନ୍‌ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି

ଗତବର୍ଷ, ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ ଓ ଲେବାନନ୍‌ ମଧ୍ୟରେ ଏକ ଯୁଦ୍ଧବିରତି ଚୁକ୍ତି ହୋଇଥିଲା। ସେବେଠାରୁ, ଇସ୍ରାଏଲ ଆଶା କରିଆସୁଛି ଯେ, ଲେବାନନ୍ ସେନା ହେଜବୋଲ୍ଲାକୁ ନିରସ୍ତ୍ର କରିବ। ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିନାମାରେ କୁହାଯାଇଥିଲା, ହେଜବୋଲ୍ଲାକୁ ନିରସ୍ତ୍ର କରିବାକୁ ପଡିବ। ଲେବାନନ୍ ସେନା ସମସ୍ତ ଆତଙ୍କବାଦୀ ଗୋଷ୍ଠୀକୁ ନିରସ୍ତ୍ର କରିବା ପାଇଁ ନିଜର ବହୁ-ପର୍ଯ୍ୟାୟ ଯୋଜନାର ପ୍ରଥମ ପର୍ଯ୍ୟାୟ ସମାପ୍ତ କରିବା ପାଇଁ ୨୦୨୫ ଶେଷ ପର୍ଯ୍ୟନ୍ତ ଏକ ସମୟସୀମା ସ୍ଥିର କରିଥିଲା।

Pakistani children victim of exploitation ଶୋଷଣର ଶିକାର ପାକିସ୍ତାନୀ ପିଲା: ୬୦୦ରୁ ଅଧିକ ଆପତ୍ତିଜନକ ଭିଡିଓ ଜବତ,ନେଟୱାର୍କର ପର୍ଦ୍ଦାଫାସ୍