ଭୋଗରାଇ: ମଦ୍ୟପ ହାଇୱା ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ତ। ଭୋଗରାଇ ବ୍ଲକ ଚୌକି ହାଟରେ ୫ ରୁ ଅଧିକ ଦୋକନ ଉପରେ ଚଢ଼ିଗଲା ହାଇୱା। ଘଟଣା ସ୍ଥଳରେ ଚାପା ଉତ୍ତେଜନା ପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ହୋଇଥିଲା।
ଡ୍ରାଇଭରଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକ
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ଚୌକି ହାଟ ଠାରେ ଛିଡ଼ା ହୋଇଥିବା ହାଇୱା ଗାଡ଼ି ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ତ ପାଇଁ ବଡ଼ ଅଘଟଣ ଦେଖିବା ପାଇଁ ମିଳିଛି। OD-22-W 3202 ନମ୍ବର ଏକ ହାଇୱା ଗାଡ଼ି ଡ୍ରାଇଭର ମଦ୍ୟପାନ କରି ଗୋଟିଏ ଅଟୋ ସହିତ ୫ଟି ଦୋକାନ ଭାଙ୍ଗି ଦେଇଛି। ତାହା ସହିତ ମାର୍କେଟ ନିକଟରେ ଗୁରୁବାର ହେବାକୁ ଥିବା ହିନ୍ଦୁ ସମ୍ମିଳନୀ ପାଇଁ ବନ୍ଧା ଯାଇଥିବା ଗେଟକୁ ଭାଙ୍ଗି ଚୁରମାର କରିଦେଇଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଓ ଦୋକାନୀମାନେ ଗାଡ଼ିଟିକୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିଥିଲା ପରେ ଡ୍ରାଇଭରଙ୍କୁ କାବୁ କରିଥିଲେ।
ଆହୁରି ପଢ଼ନ୍ତୁ: Accident 4 Seriously Injured ଟ୍ରଲରକୁ ପଛରୁ ଧକ୍କା ଦେଲା ଆଇଚର୍, ୪ ଗୁରୁତର
ଏ ନେଇ ଭୋଗରାଇ ପୁଲିସକୁ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଥାନାକୁ ନେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ନ ଛାଡ଼ି କ୍ଷତିପୂରଣ ପାଇଁ ପ୍ରବଳ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପୁଲିସ ଓ ଜନସାଧାରଣଙ୍କ ଭିତରେ କଥା କଟାକଟି ହୋଇଥିଲା। ପରିଶେଷରେ ପୁଲିସ ଦୋଷୀ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ କ୍ଷତି ହୋଇଥିବା ଦୋକାନୀଙ୍କୁ ନ୍ୟାୟ ଦିଆଯିବ ବୋଲି କହିବା ପରେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ପୁଲିସକୁ ଦେଇଥିଲେ।
ଆହୁରି ପଢ଼ନ୍ତୁ: Ganza Of 1 Crore Rupees Seized କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୫ ଅଟକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/04/untitled-2026-02-04-10-35-33.png)