ରାୟଗଡ଼ା: ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଇଞ୍ଜିନର ପେଣ୍ଟୋଗ୍ରାଫ କାଶୀପୁର ବ୍ଲକର ଲେଲିଗୁମ୍ମା ରାଉଳି ନିକଟରେ ଅଚଳ ହେବା ଯୋଗୁଁ କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ଆଜି ଭୋରରୁ ଏପରି ହୋଇଥିବା ଜଣାପଡ଼ିଛ । ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ଲେଲିଗୁମ୍ମା ଠାରେ ଅଟକି ରହିଥିବା ସୂଚନାରୁ ଜଣାପଡିଛି । ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ଠିକରେ କାର୍ଯ୍ୟ କରୁନଥିବାରୁ ସଠିକ ତଥ୍ୟ ମିଳିପାରିନାହିଁ । ୩ଘଣ୍ଟାରୁ ଅଧିକ ହେଲାଣି ଏହି ରୁଟ୍ ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇ ପଡିଛି । ସକାଳୁ ସକାଳୁ ଏଭଳି ଘଟଣା ହୋଇଥିବାରୁ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଟ୍ରେନ ଇଞ୍ଜିନକୁ ବିଦ୍ୟୁତ୍ ଯୋଗାଣ ନ ହେବା ଯୋଗୁଁ ଟ୍ରେନ ଆଗକୁ ଆଉ ଗଡି ପାରିନଥିଲା ବୋଲି ଜଣେ ରେଳବାଇ କର୍ମଚାରୀ ପ୍ରକାଶ କରିଛନ୍ତି ।
ଗତକାଲି ସନ୍ଧ୍ୟାରେ ଜୟପୁର-କୋରାପୁଟ ରୁଟରେ ଥିବା ଜରଟି ନିକଟରେ ଏକ ମାଲବାହୀ ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇ ଟ୍ରେନ ଚଳାଚଳ ବିଳମ୍ବିତ ହୋଇଥିଲା । ୧୨ ଘଣ୍ଟା ମଧ୍ୟରେ ଏହି ରୁଟ୍ ରେ ଦୁଇ ଦୁଇଟି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବା ଘଟଣା ରେଳ ବିଭାଗକୁ ଚିନ୍ତାରେ ପକାଇବା ସହ ଯାତ୍ରୀ ମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଏହି ରୁଟରେ ପେଣ୍ଟୋଗ୍ରାଫ କାହିଁକି ଅଚଳ ହେଲା ସେନେଇ ବିଭାଗ ତରଫରୁ ତଦନ୍ତ ଚାଲିଛି ବୋଲି ରାୟଗଡ଼ା ଷ୍ଟେସନ ପ୍ରବନ୍ଧକ ପ୍ରକାଶ କରିଛନ୍ତି । ଖବର ଲେଖିବା ବେଳକୁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନଥିବା ଇଣ୍ଟରସିଟି ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀ ପ୍ରକାଶ କରିଛନ୍ତି।
ବିଦ୍ୟୁତ ଲାଇନ ସହ ଟ୍ରେନକୁ ସଂଯୋଗ କରୁଥିବା ପେଣ୍ଟୋଗ୍ରଫ ଅଚଳ ହୋଇପଡ଼ିବା ଯୋଗୁଁ ଇଞ୍ଜିନ ଅଚଳ ହୋଇପଡ଼ିଥିବା ଜଣାପଡିଛି । ଓଭର ହେଡଡ ଇଲେକ୍ଟ୍ରିାଲ ଇକ୍ୟୁପମେଣ୍ଟ ଜରିଆରେ ବିଦ୍ୟୁତ୍ ଲାଇନରୁ ଟ୍ରେନ ଇଞ୍ଜୀନକୁ ବିଦ୍ୟୁତ୍ ଯୋଗାଉଥିବା ପେଣ୍ଟୋଗ୍ରାଫ ଅଚଳ ହୋଇପଡିବାରୁ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯିବା ଫଳରେ ଏଭଳି ହୋଇଥିବା ରାୟଗଡ଼ା ଷ୍ଟେସନ ପ୍ରବନ୍ଧକ ପ୍ରକାଶ କରିଛନ୍ତି । ରେଳବାଇ ବିଭାଗର ଟେକନିକାଲ ଟିମ ଘଟଣାସ୍ଥଳରେ ପହଁଚି ଏହାକୁ ମରାମତି କରୁଛନ୍ତି।