ରାଉରକେଲା: ଶୁକ୍ରବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ପୁରୁଷହକି ଲିଗ୍ର ଦୁଇଟିଯାକ ସେମିଫାଇନାଲ ମ୍ୟାଚ୍। ପ୍ରଥମ ମ୍ୟାଚ୍ ସର୍ବାଧିକ ପଏଣ୍ଟ୍ ହାସଲକାରୀ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ଓ ତାମିଲନାଡ଼ୁ ଡ୍ରାଗନ୍ସ ଏବଂ ଦ୍ବିତୀୟ ସେମିଫାଇନାଲ ସୁର୍ମା ହକି କ୍ଲବ ଓ ହାଇଦ୍ରାବାଦ ତୁଫାନ୍ସ ମୁହାଁମୁହିଁ ହେବେ। ଲିଗ୍ ପର୍ଯ୍ୟାୟରେ ଏହି ୪ଟି ଦଳ ପରସ୍ପରକୁ ଭେଟିଥିଲେ। ପୂର୍ବ ମ୍ୟାଚ୍ରେ ଅମିତ ରୋହିଦାସଙ୍କ ନେତୃତ୍ବାଧୀନ ତାମିଲନାଡ଼ୁ ଡ୍ରାଗନ୍ସ ୨-୧ ଗୋଲରେ ବେଙ୍ଗଲ ଟାଇଗର୍ସକୁ ପରାସ୍ତ କରିଥିଲା।
ସେହିଭଳି ସୁର୍ମା ବିପକ୍ଷରେ ତୁଫାନ୍ସ ସୁଟ୍ଆଉଟ୍ରେ ୪-୩ ଗୋଲ୍ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିବାରୁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ପ୍ରତିପକ୍ଷଙ୍କୁ ପୂର୍ବରୁ ପରାସ୍ତ କରିଥିବାରୁ ଡ୍ରାଗନ୍ସ ଓ ତୁଫାନ୍ସର ମନୋବଳ ଦୃଢ଼ ରହିବା ସ୍ବାଭାବିକ। ତେବେ ଅଭିଜ୍ଞ ତାରକା ଖେଳାଳିଙ୍କୁ ନେଇ ଗଠିତ ସୁର୍ମା ଓ ବେଙ୍ଗଲ ଟାଇଗର୍ସ୍ର କ୍ରମାଗତ ସଫଳତା, ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବାରେ ସହାୟକ ହେବ।
‘ଲିଗ୍ରେ ଆମର ରୋଲର୍କୋଷ୍ଟର୍ ଯାତ୍ରା ରହିଛି। ଏହି ପର୍ଯ୍ୟାୟରେ ଉଭୟ ବିଜୟର ସ୍ବାଦ ଚାଖିବାସହ ପରାଜୟ ମଧ୍ୟ ଭୋଗିଛୁ। କିନ୍ତୁ ମୁଁ ଖୁସି ଯେ ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିବାର ଆମର ଯେଉଁ ପ୍ରଥମ ଲକ୍ଷ୍ୟ ଥିଲା, ତାହା ହାସଲ କରିଛୁ। ଆଗାମୀ ମ୍ୟାଚ୍ରେ ପଡ଼ିଆରେ ଆମର ରଣନୀତି ଓ ଯୋଜନାକୁ ସଫଳକରି ଶ୍ରେଷ୍ଠ ଫଳାଫଳ ହାସଲ କରିବୁ।
-ରୂପିନ୍ଦର ପାଲ ସିଂହ, ଅଧିନାୟକ, ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ
ପ୍ରତିଯୋଗିତାର ଆରମ୍ଭରୁ ଦଳର ପ୍ରଦର୍ଶନ ଆଶାନୁରୂପ ନଥିଲା। ଇଚ୍ଛା ମୁତାବକ ଫଳାଫଳ ପାଇବା ପାଇଁ ସଂଘର୍ଷ କରୁଥିଲୁ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଦର୍ଶନରେ ଉନ୍ନତି ଆସିଥିଲା ଓ ଆମେ ଧାର୍ଯ୍ୟ ଲକ୍ଷ୍ୟରେ ଆଗେଇଥିଲୁ। ଗତ କିଛି ମ୍ୟାଚ୍ରେ ଦଳ ଚାପରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଛି। ବାସ୍ତବରେ ସେମିଫାଇନାଲଠାରୁ ପ୍ରକୃତ ଚାଲେଞ୍ଜେ ଆରମ୍ଭ ହେବ। ଆମେ ଆମର ଶକ୍ତି ଓ ଦୁର୍ବଳତା ଜାଣୁ। ସେହି ଅନୁସାରେ ଅଧିକ ଅଭ୍ୟାସକରି ସେମିଫାଇନାଲ ପାଇଁ ଯୋଜନା କରିବୁ।
-ହର୍ମନପ୍ରୀତ ସିଂହ, ଅଧିନାୟକ, ସୁର୍ମା ହକି କ୍ଲବ
/sambad/media/media_files/2025/01/30/63085eaf-621a-40b9-ab0c-8831d0b4031b.jpg)
୧୦ଟି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ର ଯାତ୍ରା ରୋମାଞ୍ଚକର ଥିଲା। ଏଥିରେ ଆମେ ଅନେକ ଉତ୍ଥାନ-ପତନର ସମ୍ମୁଖୀନ ହୋଇଛୁ। ପ୍ରତ୍ୟେକ ମ୍ୟାଚ୍ ଆମକୁ କିଛି ନୂଆ ଶିଖାଇଥିବାବେଳେ ଆମେ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛୁ। ପ୍ରଥମେ, ସାତ ବର୍ଷ ପରେ ହିରୋ ହିରୋ ଇଣ୍ଡିଆ ଲିଗ୍ର ପ୍ରତ୍ୟାବର୍ତ୍ତନ ପାଇଁ ଆମେ ଉତ୍ସାହିତ ଥିଲୁ, ଏବେ ସେମିଫାଇନାଲ ଖେଳିବାକୁ ଉତ୍ସାହିତ। ଦଳକୁ ଦର୍ଶକଙ୍କ ସମର୍ଥନ ଅବିଶ୍ୱସନୀୟ। ଷ୍ଟାଡିୟମକୁ ଆସି ଆକୁଣ୍ଠ ସମର୍ଥନ ଜଣାଉଥିବା ପ୍ରତ୍ୟେକ ପ୍ରଶଂସକଙ୍କୁ ଧନ୍ୟବାଦ। ଆଗାମୀ ମ୍ୟାଚ୍ରେ ମଧ୍ୟ ଏଭଳି ସମର୍ଥନ ଜାରି ରହିବବୋଲି ଆଶା।
-ଅମିତ ରୋହିଦାସ, ଅଧିନାୟକ, ତାମିଲନାଡ଼ୁ ଡ୍ରାଗନ୍ସ
ଏ ପର୍ଯ୍ୟନ୍ତ ଦଳର ଯାତ୍ରା ସୁଦୃଢ଼ ରହିଛି। ବିଶେଷକରି ଯୁବ ଖେଳାଳିମାନେ ଆକର୍ଷଣୀୟ ପ୍ରଦର୍ଶନ କରୁଛନ୍ତି, ଯାହାକି ନିଶ୍ଚିତଭାବରେ ଦଳ ପାଇଁ ଖୁସିର ବିଷୟ। ଏଭଳି ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ତଥା ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା, ନିଶ୍ଚିତଭାବରେ ଏକ ଆହ୍ବାନ। ଦଳ ମଧ୍ୟରେ ଉତ୍ତମ ସମନ୍ବୟ ଓ ସୌହାର୍ଦ୍ଦ୍ୟ ରହିଛି। ମୁଁ ନିଶ୍ଚିତ ଯେ ଆମେ ଆଗାମୀ ମ୍ୟାଚ୍ଗୁଡ଼ିକରେ ସର୍ବୋତ୍ତମ ପ୍ରଦର୍ଶନ ଜାରି ରଖିବୁ।
-ସୁମିତ, ଅଧିନାୟକ, ହାଇଦ୍ରାବାଦ ତୁଫାନ୍ସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/30/ef6ae2e1-45ff-4f43-9130-a6ebe1bf892b.jpg)