ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଳଜ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ କିଛି ଗ୍ରାମରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ପଞ୍ଚାୟତର ଚାଉଁରୀ ଏବଂ ଖଦରାପାଣି ଗ୍ରାମରେ ମଙ୍ଗଳବାର ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହେବା ସହ ପ୍ରବଳ ପବନ ହୋଇଥିଲା। ଫଳରେ ଚାଉଁରୀ ଗ୍ରାମର କୁମୁଲୁ ସାନ୍ତାଙ୍କ ମିଲ ଗୃହରେ ଲାଗିଥିବା କିଛି ଆଜବେଷ୍ଟସ ଉଡ଼ାଇ ନେଇଥିଲା।
/sambad/media/media_files/2025/05/13/889242b2-7241-4574-bacb-65b318a4e4c7-312131.jpg)
ସେହିପରି ମାଗୁତୁ ସାନ୍ତା ଏବଂ ସାନମା ସାନ୍ତାଙ୍କ ଘରେ ଲାଗିଥିବା କିଛି ଆଜବେଷ୍ଟସ ପବନରେ ଉଡ଼ି ଯାଇଥିବା ବେଳେ ଖଦରାପାଣି ଗ୍ରାମର ମାତୁ ସାନ୍ତାଙ୍କ ଘରେ ଲାଗିଥିବା ପ୍ରାୟ ଆଜବେଷ୍ଟସ ପବନରେ ଉଡ଼ି ଯାଇଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଗୁଡ଼ିକ ଉପରେ ଗଛ ଡାଳ ଗୁଡିକ ଭାଙ୍ଗି ପଡିଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
Nabarangpur | Thunder storm
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/13/8d5176d3-7200-4fc2-80d6-23f760a6f9ec-600953.jpg)