ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କର ରକ୍ତ ହୀନତା ଯୋଗୁ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ଗୀତାଞ୍ଜଳି ମାଝି। ଘର ଝରିଗାଁ ବ୍ଲକ ଅନ୍ତର୍ଗତ ହାତୀବାଡ଼ି। ସେ ଚନ୍ଦାହାଣ୍ଡିସ୍ଥିତ ମଙ୍ଗଳ ବିଭାଗ ଅଧିନରେ ଥିବା ଆଶ୍ରମ ସ୍କୁଲରେ ପାଠ ପଢ଼ିବା ସହିତ ହଷ୍ଟେଲରେ ରହୁଥିଲା।

Advertisment

ସ୍କୁଲର ଶିକ୍ଷକ ବିଜୟ କୁମାର ସାହୁଙ୍କ କହିବା ହେଲା ଗୀତାଞ୍ଜଳିକୁ ଗତ ଜୁନ ମାସରେ ବସନ୍ତ ରୋଗ ହେଇଥିଲା। ଭଲ ହେବା ପରେ ଝିଅକୁ ଜୁଲାଇ ୧୪ ତାରିଖ ଦିନ ସ୍କୁଲରେ ଛାଡ଼ିଥିଲେ ଗୀତାଞ୍ଜଳିଙ୍କ ବାପା ଧନୁର ମାଝି। କିଛି ଦିନ ପରେ ସ୍କୁଲ କର୍ତୁପକ୍ଷ ଦେଖିଲେ ଯେ ଗୀତାଞ୍ଜଳି ଦୁର୍ବଳ ଦେଖା ଯାଉଛି। ଜୁଲାଇ ୧୬ ତାରିଖ ଦିନ ସ୍କୁଲ କର୍ମଚାରୀମାନେ ଗୀତାଞ୍ଜଳିଙ୍କୁ ଉମରକୋଟ ହସ୍ପିଟାଲକୁ ନେଇ ଚିକିତ୍ସା କରାଇଥିଲେ।

ରକ୍ତ ପରୀକ୍ଷା କରିବା ବେଳକୁ ହେମଗ୍ଲୋବିନ ୬.୫ ଥିଲା। ଡକ୍ଟରମାନେ ରକ୍ତ ଦେବା ଆବଶ୍ୟକ ନାହିଁ, ବଟିକା ଖାଇ ଦେଲେ ରକ୍ତ ବଢ଼ିଯିବ ବୋଲି କହିଥିଲେ। ପିତା ଗୀତାଞ୍ଜଳିଙ୍କୁ ନେଇକି ସେଠାରୁ ଗାଁକୁ ଯାଇଥିଲେ। ପୁଣି ଅଗଷ୍ଟ ୧୩ ତାରିଖ ଦିନ ଗୀତାଞ୍ଜଳିଙ୍କୁ ଧରି ସ୍କୁଲରେ ଛାଡ଼ିଥିଲେ। ୭ ଦିନ ପରେ ଗୀତାଞ୍ଜଳି ଅସୁସ୍ଥ ହେବା ପରେ ଗୁରୁତର ଅବସ୍ଥାରେ ୨୦ ତାରିଖ ଦିନ ଉମରକୋଟ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ।

ତେବେ ୭ ଦିନ ପରେ ଗୀତାଞ୍ଜଳି ଅସୁସ୍ଥ ହେବା ପରେ ଗୁରୁତର ଅବସ୍ଥାରେ ୨୦ ତାରିଖ ଦିନ ଉମରକୋଟ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ। ତେବେ ରକ୍ତ କମ ଥିବାରୁ ୨୧ ତାରିଖ ଦିନ ଗୋଟିଏ ବୋତଲ ରକ୍ତ ଦିଆ ଯାଇଥିବା ବେଳେ ଆଉ ଗୋଟିଏ ବୋତଲ ରକ୍ତ ଆଜି ଦେବା ପୂର୍ବରୁ ଗୀତାଞ୍ଜଳିଙ୍କ ମୃତ୍ୟୁ ଘଟିଥିଲା। ଆଜି ସନ୍ଧ୍ୟାରେ ଶୋକାକୁଳ ପରିବେଶରେ ଗୀତାଞ୍ଜଳିଙ୍କ ଶେଷକୃତ୍ୟ ସଂପନ୍ନ ହେଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଗୀତାଞ୍ଜଳିଙ୍କ ମୃତ୍ୟୁରେ ସ୍କୁଲ୍ କର୍ତୁପକ୍ଷଙ୍କ ଭୂମିକା କଣ ଥିଲା ପଦାକୁ ଆସିବ ବୋଲି ଆଶା କରାଯାଉଛି। 

Nabarangpur