ସୋର: ବାଲେଶ୍ବର ଜିଲ୍ଲା ଖଇରା ଥାନା ବାଘୁଆ ଅଞ୍ଚଳର ପ୍ରଫୁଲ୍ଲ ଦାସ(୪୦) ଦୀର୍ଘ ଦିନ ଧରି ସୋର କଲେଜଛକ ନିକଟରେ ଏକ ଭଡ଼ା ଘରେ ବ୍ୟବସାୟ କରୁଥିଲେ। କିଛିଦିନ ତଳେ ତାଙ୍କ ଉପରେ ବିଦ୍ୟୁତ ବିଭାଗ ପକ୍ଷରୁ ଚୋରା ବିଦ୍ୟୁତ ସଂଯୋଗ ପାଇଁ ୧ ଲକ୍ଷ ୧୭ ହଜାର ଟଙ୍କାର ଜରିମାନା ଲଗାଯାଇଥିଲା। ଫଳରେ ପ୍ରଫୁଲଙ୍କୁ ଘର ମାଲିକ ସମସ୍ତ ଟଙ୍କା ପୈଠ କରିବା ପାଇଁ ବାଧ୍ୟ କରିଥିଲେ।

Advertisment

ଗତ ତିନିଦିନ ତଳେ ବିଦ୍ୟୁତ କାର୍ଯ୍ୟାଳୟକୁ ଟଙ୍କା ଡିପୋଜିଟ କରିବାକୁ ଯାଇଥିବା ବେଳେ ତାଙ୍କର ୩୦ ହଜାର ଟଙ୍କା ହଜିଯାଇଥିଲା। ଫଳରେ ମାନସିକ ଭାରସାମ୍ୟ ହରାଇ ପ୍ରଫୁଲ ପୁରୀ ଚାଲିଯାଇଥିଲେ। ଗତକାଲି ଫେରିବା ସହିତ ଆଜି ସକାଳେ ତାଙ୍କ ସ୍ତ୍ରୀ ତୁଳସୀଙ୍କୁ ଫୋନ ଯୋଗେ ଘର ମାଲିକ ଧମକ ଦେଉଥିବା କଥା କହି କାନ୍ଦିଥିଲେ। ସ୍ତ୍ରୀ ତୁଳସୀ ଓ ଶାଶୁ ଶ୍ରୀମତୀ ବେହେରା ଉକ୍ତ ଭଡ଼ା ଘରେ ପହଞ୍ଚି ପ୍ରଫୁଲ୍ଲଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ। ପରେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗତ ତିନିଦିନ ତଳେ ବିଦ୍ୟୁତ କାର୍ଯ୍ୟାଳୟକୁ ଟଙ୍କା ଡିପୋଜିଟ କରିବାକୁ ଯାଇଥିବା ବେଳେ ତାଙ୍କର ୩୦ ହଜାର ଟଙ୍କା ହଜିଯାଇଥିଲା। ଫଳରେ ମାନସିକ ଭାରସାମ୍ୟ ହରାଇ ପ୍ରଫୁଲ ପୁରୀ ଚାଲିଯାଇଥିଲେ। ଗତକାଲି ଫେରିବା ସହିତ ଆଜି ସକାଳେ ତାଙ୍କ ସ୍ତ୍ରୀ ତୁଳସୀଙ୍କୁ ଫୋନ ଯୋଗେ ଘର ମାଲିକ ଧମକ ଦେଉଥିବା କଥା କହି କାନ୍ଦିଥିଲେ। ସ୍ତ୍ରୀ ତୁଳସୀ ଓ ଶାଶୁ ଶ୍ରୀମତୀ ବେହେରା ଉକ୍ତ ଭଡ଼ା ଘରେ ପହଞ୍ଚି ପ୍ରଫୁଲ୍ଲଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ। ପରେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍ରଫୁଲଙ୍କ ଦେହରେ କ୍ଷତ ସୃଷ୍ଟି ହେବା ସହିତ ମୁଣ୍ଡ ଫାଟିଥିବାରୁ ତାଙ୍କୁ ଘର ମାଲିକ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେଣେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପ୍ରଫୁଲ୍ଲ ଦାସଙ୍କ ଘରୁ ଏକ ବିଷ ବୋତଲ ଜବତ କରିଛି ପୁଲିସ।