ନବରଙ୍ଗପୁର: ବିଧାୟକ ଗୌରୀଶଙ୍କର ମାଝୀ ଆଜି ତାଙ୍କ ୪୬ତମ ଜନ୍ମଦିନ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି। ସ୍ଥାନୀୟ ଆଶାକିରଣରେ ରହୁଥିବା ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସରଙ୍କ ଗହଣରେ ଦିନକୁ ପାଳି ଏହା ତାଙ୍କ ଜୀବନର ସ୍ମରଣୀୟ ହୋଇ ରହିବ ଏବଂ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ।
୪୬ବର୍ଷରେ ପଦାର୍ପଣ କରିଛନ୍ତି ବିଧାୟକ। ତେଣୁ ସେ ଆଜି ନିଆରା ଭାବେ ଦିନକୁ ପାଳିଛନ୍ତି। ବିଧାୟକ ନିଜ ଜନ୍ମଦିନରେ କେକ୍ ବଦଳରେ ଛେନପୋଡ଼ କାଟି ଏହାକୁ ସବୁ ଅନ୍ତେବାସୀଙ୍କୁ ବିତରଣ କରିଥିଲେ। ଏହା ସହ ଏମାନଙ୍କ ପାଠ ପଢ଼ା ପାଇଁ ଖାତା, ବହି, ପେନ ଓଚକଲେଟ୍ ସହ ମିଷ୍ଟାନ୍ନ ସହ ଜଳଯୋଗର ବ୍ୟବସ୍ଥା କରାଇଥିଲେ। ଏହା ପରିସରରେ ସେ ବୃକ୍ଷରୋପଣ କରିଥିଲେ।
ସାଙ୍ଗରେ ତାଙ୍କ ପତ୍ନୀ ତରୁଣୀ ମାଝୀ, ଜିଲ୍ଲା ବିଜେପି ସଭାପତି କୁଂଜ ବିହାରୀ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ଦେବଦାସ ମହାଙ୍କୁଡ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଅନନ୍ତ ପଣ୍ଡା, ଭୁବନ ନାୟକ, ରୁନା ମାଝୀ, ନଗର ମଣ୍ଡଳ ସଭାପତି ଅମୁଲ୍ୟ କୁମାର ମିଶ୍ର, ଲିଟୁ ମାଝୀ, ଅଶ୍ବିନୀ ଷଡଙ୍ଗୀ, ଟିଙ୍କୁ ଜୈନ, ଆଶାକିରଣର ଅଧ୍ୟକ୍ଷ ଡଃ ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।
କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ପାଇଁ ବହୁ ଯୋଜନା କରିବା ସହ ସହଯୋଗ ଦେଇ ଆସୁଛନ୍ତି। ସେମାନଙ୍କୁ ବି ସମାଜର ମୁଖ୍ୟସ୍ରୋତକୁ ଆଣିବା ଲକ୍ଷ୍ୟ ରହିଛି। ସୂର୍ଯ୍ୟର ପ୍ରଥମ କିରଣ ଆଶାକିରଣରେ ଏମାନେ ରହୁଥିବାରୁ ଏମାନଙ୍କର ସର୍ବାଙ୍ଗୀନ ବିକାଶକୁ ସେ ପ୍ରାଥମିକ ଲକ୍ଷ୍ୟ ରଖିଛନ୍ତି। ଅନ୍ୟ କେହି ଏଭଳି ଅବସ୍ଥାରେ ଥିଲେ ତୁରନ୍ତ ଏହି କେନ୍ଦ୍ରରେ ଭର୍ତ୍ତି କରାଇ ସେଭଳି ପିଲାଙ୍କ ମାନସିକ ଓ ବୈଦ୍ଧିକ ବିକାଶ କରାଇବାକୁ ଅନୁରୋଧ କରିଥିଲେ ବିଧାୟକ।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/12/mla-2025-07-12-21-13-50.jpg)