ରାଇରଙ୍ଗପୁର: ରାଜ୍ୟ ସରକାର ମହିଳାମାନଙ୍କ ନିମନ୍ତେ ଆରମ୍ଭ କରିଛନ୍ତି ‘ସୁଭଦ୍ରା’ ଯୋଜନା ଏବଂ ସମସ୍ତ ରାସନ୍‌କାର୍ଡଧାରୀଙ୍କ ନିମନ୍ତେ ମଧ୍ୟ ବାୟୋମେଟ୍ରିକ୍ସ ଓ ମୋବାଇଲ୍ ନମ୍ବର ଲିଙ୍କ୍ କରାଯାଉଛି। ‘ସୁଭଦ୍ରା’ ଯୋଜନା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ। ଅଧିକାଂଶ ଜନସାଧାରଣଙ୍କ ଆଧାର ସହିତ ମୋବାଇଲ୍ ଲିଂଙ୍କ୍, ବାୟୋମେଟ୍ରିକ୍ସ, ନାମ, ଠିକଣା ପ୍ରଭୃତି ଭୁଲ ରହିଛି। ଫଳରେ ଡାକଘର, ବ୍ୟାଙ୍କ୍ ଓ ଜନସେବା କେନ୍ଦ୍ରଗୁଡିକରେ ମହିଳା ହିତାଧିକାରୀଙ୍କ ନାହିଁନଥିବା ଭିଡ଼ ପରିଲକ୍ଷିତ ହେଉଛି। 

Advertisment

ମହିଳାମାନଙ୍କ ନାହିଁନଥିବା ଭିଡ ଜମି ରହୁଛି। ଏପରିକି କିଛି ମହିଳା, ପୁରୁଷ ଓ ଶିଶୁଙ୍କ ଆଧାର୍ ଲିଙ୍କ୍ ପାଇଁ ଭୋର୍ ୪ଟାରୁ ଲମ୍ବା ଧାଡ଼ି ଲାଗୁଥିବା ଦେଖିବାକୁ ମିଳୁଛି। ଏପରିକି କିଛି ମହିଳା ନିଜର ଛୋଟଛୋଟ ଶିଶୁଙ୍କୁ ଧରି ଖରା-ବର୍ଷାରେ ଅତି ଦୟନୀୟ ଅବସ୍ଥାରେ ଧାଡ଼ିରେ ଛିଡା ହେଉଛନ୍ତି। ଡାକଘର ଓ ବ୍ୟାଙ୍କରେ କମ୍ ଟଙ୍କା ଦେବାକୁ ପଡୁଥିବାରୁ ଅଧିକ ଭିଡ଼ ହେଉଥିବା ସୂଚନା ମିଳିଛି। 

ଅଧିକାଂଶ ଜନସାଧାରଣଙ୍କ ଆଧାର ସହିତ ମୋବାଇଲ୍ ଲିଂଙ୍କ୍, ବାୟୋମେଟ୍ରିକ୍ସ, ନାମ, ଠିକଣା ପ୍ରଭୃତି ଭୁଲ ରହିଛି। ଫଳରେ ଡାକଘର, ବ୍ୟାଙ୍କ୍ ଓ ଜନସେବା କେନ୍ଦ୍ରଗୁଡିକରେ ମହିଳା ହିତାଧିକାରୀଙ୍କ ନାହିଁନଥିବା ଭିଡ଼ ପରିଲକ୍ଷିତ ହେଉଛି। 

ଏହାବ୍ୟତିତ ବେସରକାରୀ ସଂସ୍ଥା ଓ କିଛି ଜନସେବା କେନ୍ଦ୍ର ଗୁଡିକରେ ଆଧାର ଲିଙ୍କ ପାଇଁ ଧାର୍ଯ୍ୟ ମୂଲ୍ୟଠାରୁ ୩/୪ ଗୁଣା ଅଧିକ ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଯଦି କେହି ଟଙ୍କା ଦେବାକୁ ବିରୋଧ କଲା ତାଙ୍କୁ ଜନସାଧାରଣଙ୍କ ସମ୍ମୂଖ୍ୟରେ ଅସମ୍ମାନ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଏଣୁ ଉକ୍ତ ବେସରକାରୀ ସଂସ୍ଥା ଓ ଜନସେବା କେନ୍ଦ୍ର ଗୁଡିକରେ ଆଧାରକାର୍ଡର ଧାର୍ଯ୍ୟ ମୂଲ୍ୟର ସୂଚନା ଫଳକ ଲଗାଯାଉ ବୋଲି ଦାବିହେଉଛି।