ଶିକ୍ଷା ବିଭାଗର ବିକଳ ଚିତ୍ର: ବିଭାଗ କହୁଛି ୪୭ ଗୃହ ଜରାଜୀର୍ଣ୍ଣ ରହିଛି
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ସାତୋଟି ବ୍ଲକରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। କେଉଁଠି ବିଦ୍ୟାଳୟ ଅଛି ତ ଛାତ୍ରଛାତ୍ରୀ ନାହାନ୍ତି ତ ଆଉ କେଉଁଠି ଭଙ୍ଗା ଦଦରା କୋଠାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଅଧିକାଂଶ ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏଁ ଥିବା ବେଳେ ମାତ୍ର ରହିଛନ୍ତି ଜଣେ ମାତ୍ର ଶିକ୍ଷକ। ବିପଦସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଏହା ଉପରେ ଅନୁଧ୍ୟାନ କରାଯାଇଛି ଓ ସରକାରଙ୍କୁ ଅବଗତ କରାଯାଇଛି। ଖୁବଶୀଘ୍ର ସମାଧାନ କରାଯିବ।
ସଦର ମହକୁମାର ଭେଟେନାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅଛନ୍ତି କିନ୍ତୁ ନାହାନ୍ତି ଛାତ୍ରଛାତ୍ରୀ। କାରଣ ହେଲା ସ୍କୁଲ ଗୃହଗୁଡିକ ବିପଦ ସଂକୁଳ ଅବସ୍ଥାରେ ଥିବା ଯୋଗୁଁ ଜଣେ ପରେ ଜଣେ ଛାତ୍ରଛାତ୍ରୀ ଟିସି ନେଇ ଅନ୍ୟ ସ୍କୁଲକୁ ଚାଲିଯାଉଛନ୍ତି। ଗୋଟିଏ ଗୃହରେ ଅଫିସ କାର୍ଯ୍ୟ, ରୋଷେଇ କାର୍ଯ୍ୟ, ଗୋଦାମ ଗୃହ ସହ ଚାଲିଥିବା ପାଠ ପଢା।
ସେହିପରି ଆଉ ଏକ ସ୍କୁଲ ହେଉଛି ରିକ୍ଲାମେସନ ପ୍ରାଥମିକ ବିଦ୍ୟାଳୟ। ଏଠି ନା ଅଛି ପାଚେରୀ ନା ଭିତ୍ତି ଭୁମୀ। ଖୋଲାମେଲା ଅବସ୍ଥାରେ ଛାତ୍ରଛାତ୍ରୀ ଭଙ୍ଗା ଦଦରା ଘରେ ପଢିଆସୁଛନ୍ତି ପାଠ। ଏଠି ମଧ୍ୟ ସେହି ଅବସ୍ଥା। ଜଣେ ମାତ୍ର ଶିକ୍ଷୟତ୍ରୀ ପଢାଉଛନ୍ତି ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠ।ପୁଣି ଆଶୀର୍ବାଦ କଲୋନିର ପ୍ରାଥମିକ ବିଦ୍ୟାଳୟର କଥା ନକହିବା ଭଲ। ଏଠି ମଧ୍ୟ ଜଣେ ଶିକ୍ଷୟତ୍ରୀ ଥିବା ବେଳେ ଭିତ୍ତିଭୂମି ନଥିବାରୁ ଗୋଟିଏ ଶ୍ରେଣୀ ଗୃହରେ ପଢା ଚାଲିଛି ପାଠ। ଆଉ ବର୍ଷା ଦିନ ଆସିଲେ ଅଧିକାଂଶ ସମୟରେ ସ୍କୁଲ ହୋଇଯାଏ ଛୁଟି। କାରଣ ଛାତରୁ ଗଳୁଛି ପାଣି। ଆଉ ସଦର ମହକୁମା ମୁଖ୍ୟ ସ୍ଥାନରେ ରହିଛି ବେଙ୍ଗଲୀ ପ୍ରାଥମିକ ବିଦ୍ୟାଳୟ।ଏଠି ମଧ୍ୟ ଅନ୍ୟ ସ୍କୁଲ ପରି ରହିଛି ସମଦଶା, ଯାହାକୁ ନେଇ ବିପଦ ସଂକୂଳ ଅବସ୍ଥାରେ ଉପାୟ ନପାଇ ପାଠ ପଢୁଛନ୍ତି କୁନି କୁନି ଛାତ୍ରଛାତ୍ରୀ।
/sambad/media/media_files/2024/10/30/mkg-47-school-room-damaged-say-deo1.jpg)
ରିପୋର୍ଟ ଅନୁଯାୟୀ ଜିଲ୍ଲାର ମାଲକାନଗିରି ବ୍ଲକରେ ୬ଟି ବିଦ୍ୟାଳୟ ଗୃହ ଶୋଚନୀୟ ହୋଇପଡିଥିବା ବେଳେ ମାଥିଲି ବ୍ଲକରେ ୮ଟି ବିଦ୍ୟାଳୟ,ଖଇରପୁଟ ବ୍ଲକରେ ୬ଟି ବିଦ୍ୟାଳୟ, କୋରକୋଣ୍ଡା ବ୍ଲକରେ ୭ଟି ବିଦ୍ୟାଳୟ,କାଲିମେଳା ବ୍ଲକରେ ୭ଟି ବିଦ୍ୟାଳୟ, ଚିତ୍ରକୋଣ୍ଡା ବ୍ଲକରେ ୭ଟି ବିଦ୍ୟାଳୟ ଏବଂ ପଡ଼ିଆ ବ୍ଲକରେ ୮ଟି ବିଦ୍ୟାଳୟ ଏବେ ବିପଦସଂକୁଳ ଅବସ୍ଥାରେ ପଡି ରହିଛି ବୋଲି ବିଭାଗ କହୁଛି।କିନ୍ତୁ ଜିଲ୍ଲାରେ ଶତାଧିକ ଏଭଳି ବିଦ୍ୟାଳୟ ଗୃହଗୁଡିକ ରହିଛି ଯାହା ସଂପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କୌଣସି ମୁହର୍ତ୍ତରେ କିଛି ବି ଘଟିବାର ଆଶଂକାକୁ ଏଡାଇ ଦିଆଯାଇନପାରେ। ଏନେଇ ଆମେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ସାହୁଙ୍କୁ ଏ ସଂପର୍କରେ ପାଚାରିବାରୁ ସେ ଉତ୍ତରରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛୁ। ଧୀରେଧୀରେ ସମସ୍ତ ସମାଧାନ ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି। ଜିଲ୍ଲା ସଦର ମହକୁମାରେ ଶିକ୍ଷା ବ୍ୟବସ୍ଥାର ଏଭଳି ଚିତ୍ର ଯଦି। ତେବେ ଉପାନ୍ତ ଅଂଚଳରେ କିଭଳି ଚାଲିଥିବା ପାଠ ପଢା ସହଜରେ ଅନୁମେୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/30/mkg-47-school-room-damaged-say-deo.jpg)