ଓଡ଼ଗାଁ: ଗୋଛା ବିରାଟକାୟ ଜଙ୍ଗଲ ମଧ୍ୟରେ ଗତକାଲି ଜଣେ ଶିକାରୀ ଗୁଳିରେ ଅନ୍ୟ ଜଣେ ସାଥୀ ଶିକାରୀର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ପଞ୍ଚିରିଡ଼ା ବନାଂଚଳ ଗୋଛା ସଂରକ୍ଷିତ ଜଙ୍ଗଲରେ ଘଟିଛି। ଖବରପାଇ ଶରଣକୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କଜଳାଇପଲ୍ଲୀ ପଂଚାୟତ ବଧିସାହିର ଧନେଶ୍ବର ସାହୁଙ୍କ ପୁଅ ସନ୍ତୋଷ କୁମାର ସାହୁ ଓ ମିଟୁ ପ୍ରଧାନ ଦୁହେଁ ମିଶି ଗୋଛା ଜଙ୍ଗଲକୁ ଶିକାର କରିବାକୁ ବାହାରିଥିଲେ। ସେମାନେ ଗୋଛା ଗ୍ରାମର କପିଳ ପ୍ରଧାନଙ୍କ ପୁଅ ସୂର୍ଯ୍ୟମଣୀ ପ୍ରଧାନଙ୍କୁ ସାଙ୍ଗରେ ଯିବାକୁ ଡାକିଥିଲେ। ସେ ପ୍ରଥମେ ମନା କରି ପୁଣି ତାଙ୍କ ସାଙ୍ଗରେ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ରାତିରେ ଏକ ବାରହାକୁ ଶିକାର କରି ସମସ୍ତେ ମିଶି ରୋଷେଇ କରି ଖାଇଥିଲେ। ଏହାପରେ ପୁଣି ଶିକାର କରିବାକୁ ଜଙ୍ଗଲ ଭିତରକୁ ପଶିଥିବା ବେଳେ ଶିକାରୀ ସନ୍ତୋଷଙ୍କ ଏକ ଗୁଳି ଯାଇ ସୂର୍ଯ୍ୟମଣୀଙ୍କ ଦେହରେ ବାଜିଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଜଣାପଡ଼ିବା ପରେ ଶରଣକୁଳ ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ଘଟଣାକୁ ଚାପିବାକୁ ମୃତକଙ୍କ ପରିବାର ଓ ଗୋଛା ଗାଁ ଉପରେ ଚାପ ପଡ଼ିଥିଲା। ମୃତକଙ୍କ ସଂପର୍କରେ ଜଣେ ବି କେହି ମୁହଁ ଖୋଲିନଥିଲେ। କିଏ ଗାଁକୁ କୁଣିଆ ଆସିଥିବା କହୁଥିବା ବେଳେ ଆଉ କିଏ ତାଙ୍କ ସଂପର୍କରେ ଜାଣିନଥିବା କହି ଘଟଣାକୁ ଏଡ଼ାଇ ଯାଉଥିଲେ। ପୁଲିସ ଘଟଣାକୁ ଅତି ଗୁରୁତର ସହ ନେଇ ବିଭିନ୍ନ ସ୍ଥାନରେ ଚଢଉ କରୁଥିଲା। ଜଙ୍ଗଲ ମଧ୍ୟରେ ଏକ ଗୁପ୍ତ ବୈୖଠକ କରି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ୪ମାଣ ଜମି ଦେବାକୁ ସ୍ଥିର ହୋଇଥିଲା। ଏହାପରେ ଗ୍ରାମବାସୀମାନେ ଶବକୁ ଜଙ୍ଗଲ ମଧ୍ୟରେ ପୋଡ଼ୁଥିବା ସମୟରେ ଘଟଣା ସ୍ଥଳରେ ପୁଲିସ ପହଂଚି ଶବକୁ ଜବତ କରିଛି। ସୂର୍ଯ୍ୟମଣୀଙ୍କର କେଉଁ କାରଣରୁ ମୃତ୍ୟୁ ହେଲା ତାଙ୍କୁ କିଏ ମାରିଲା ପୁଲିସ ତନାଘନା କରି ଘଟଣା ଉପରୁ ପରଦା ହଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହି ଘଟଣାରେ କେହି ମୁହଁ ଖୋଲିନାହାନ୍ତି। ଏମିତିକି ସୂର୍ଯ୍ୟମଣୀଙ୍କ ସ୍ତ୍ରୀ ମଧ୍ୟ ଚୁପ୍ ରହୁଥିବା ଦେଖିବାକୁ ମିଳିଛି।ଶରଣକୁଳ ଥାନା ଅଧିକାରୀଙ୍କ ଚତୁରତା ପାଇଁ ଗତକାଲି ସ୍ବାମୀ ଗୋଛା ଜଙ୍ଗଲକୁ ଯାଇଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି। ଶିକାରୀ ସନ୍ତୋଷ ସାହୁ ଓ ମିଟୁ ପ୍ରଧାନ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଗତକାଲି ସନ୍ଧ୍ୟାରେ କଜଳାଇପଲ୍ଲୀ ପଂଚାୟତ ବଧିସାହିର ଧନେଶ୍ବର ସାହୁଙ୍କ ପୁଅ ସନ୍ତୋଷ କୁମାର ସାହୁ ଓ ମିଟୁ ପ୍ରଧାନ ଦୁହେଁ ମିଶି ଗୋଛା ଜଙ୍ଗଲକୁ ଶିକାର କରିବାକୁ ବାହାରିଥିଲେ। ସେମାନେ ଗୋଛା ଗ୍ରାମର କପିଳ ପ୍ରଧାନଙ୍କ ପୁଅ ସୂର୍ଯ୍ୟମଣୀ ପ୍ରଧାନଙ୍କୁ ସାଙ୍ଗରେ ଯିବାକୁ ଡାକିଥିଲେ। ସେ ପ୍ରଥମେ ମନା କରି ପୁଣି ତାଙ୍କ ସାଙ୍ଗରେ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ରାତିରେ ଏକ ବାରହାକୁ ଶିକାର କରି ସମସ୍ତେ ମିଶି ରୋଷେଇ କରି ଖାଇଥିଲେ। ଏହାପରେ ପୁଣି ଶିକାର କରିବାକୁ ଜଙ୍ଗଲ ଭିତରକୁ ପଶିଥିବା ବେଳେ ଶିକାରୀ ସନ୍ତୋଷଙ୍କ ଏକ ଗୁଳି ଯାଇ ସୂର୍ଯ୍ୟମଣୀଙ୍କ ଦେହରେ ବାଜିଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଜଣାପଡ଼ିବା ପରେ ଶରଣକୁଳ ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ଘଟଣାକୁ ଚାପିବାକୁ ମୃତକଙ୍କ ପରିବାର ଓ ଗୋଛା ଗାଁ ଉପରେ ଚାପ ପଡ଼ିଥିଲା। ମୃତକଙ୍କ ସଂପର୍କରେ ଜଣେ ବି କେହି ମୁହଁ ଖୋଲିନଥିଲେ। କିଏ ଗାଁକୁ କୁଣିଆ ଆସିଥିବା କହୁଥିବା ବେଳେ ଆଉ କିଏ ତାଙ୍କ ସଂପର୍କରେ ଜାଣିନଥିବା କହି ଘଟଣାକୁ ଏଡ଼ାଇ ଯାଉଥିଲେ। ପୁଲିସ ଘଟଣାକୁ ଅତି ଗୁରୁତର ସହ ନେଇ ବିଭିନ୍ନ ସ୍ଥାନରେ ଚଢଉ କରୁଥିଲା। ଜଙ୍ଗଲ ମଧ୍ୟରେ ଏକ ଗୁପ୍ତ ବୈୖଠକ କରି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ୪ମାଣ ଜମି ଦେବାକୁ ସ୍ଥିର ହୋଇଥିଲା। ଏହାପରେ ଗ୍ରାମବାସୀମାନେ ଶବକୁ ଜଙ୍ଗଲ ମଧ୍ୟରେ ପୋଡ଼ୁଥିବା ସମୟରେ ଘଟଣା ସ୍ଥଳରେ ପୁଲିସ ପହଂଚି ଶବକୁ ଜବତ କରିଛି। ସୂର୍ଯ୍ୟମଣୀଙ୍କର କେଉଁ କାରଣରୁ ମୃତ୍ୟୁ ହେଲା ତାଙ୍କୁ କିଏ ମାରିଲା ପୁଲିସ ତନାଘନା କରି ଘଟଣା ଉପରୁ ପରଦା ହଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହି ଘଟଣାରେ କେହି ମୁହଁ ଖୋଲିନାହାନ୍ତି। ଏମିତିକି ସୂର୍ଯ୍ୟମଣୀଙ୍କ ସ୍ତ୍ରୀ ମଧ୍ୟ ଚୁପ୍ ରହୁଥିବା ଦେଖିବାକୁ ମିଳିଛି।ଶରଣକୁଳ ଥାନା ଅଧିକାରୀଙ୍କ ଚତୁରତା ପାଇଁ ଗତକାଲି ସ୍ବାମୀ ଗୋଛା ଜଙ୍ଗଲକୁ ଯାଇଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି। ଶିକାରୀ ସନ୍ତୋଷ ସାହୁ ଓ ମିଟୁ ପ୍ରଧାନ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଖବରପାଇ ସାଇଣ୍ତିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ଏପଟେ ବନ ବିଭାଗ ଘଟଣାକୁ ହାଲକା ଭାବେ ଗ୍ରହଣ କରିଛି। ଗୋଛା ଗାଁ ନିକଟରେ ଏକ ବିଟ୍ ହାଉସ ଥିଲେ ମଧ୍ୟ ଏଠାରେ ଫରେଷ୍ଟ ଗାର୍ଡ଼ ରହୁନଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ବିଭାଗ ସବୁଜାଣି ହାତବାନ୍ଧି ବସିଛି। ଯାହାର କୁପରିଣାମ ଆଜି ଜଣେ ନିରୀହ ଲୋକକୁ ଭୋଗିବାକୁ ପଡ଼ିଛି। 

crime