ଭୁବନେଶ୍ୱର: ଯୌତୁକ ନିର୍ଯାତନା ଝୁଲି ପଡ଼ିଲେ ନବବଧୂ! ଭୁବନେଶ୍ୱରରେ ପୁଣି ବଧୂ ହତ୍ୟା ଅଭିଯୋଗ I ଏହାକୁ ଏକ ହତ୍ୟାକାଣ୍ଡ ମାମଲା ଭାବେ ମଞ୍ଚେଶ୍ୱର ଥାନା ପୁଲିସ ରୁଜୁ କରିଛି। ଏହି ମାମଲାରେ ମୃତା ତୃପ୍ତିଙ୍କ ସ୍ୱାମୀ ଓ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା ପୁଲିସ୍। ପରେ ସ୍ୱାମୀ ବିକ୍ରମ ନାୟକକୁ ଗିରଫ କରିଛି ପୁଲିସ। I ଅଭିଯୁକ୍ତ ସ୍ବାମୀ ବିରୁଦ୍ଧରେ ପୁଲିସ ସଙ୍ଗୀନ୍ ଦଫା ଲଗାଇଛି। 

Advertisment

ମଞ୍ଚେଶ୍ୱର ଥାନା ଅଧୀନ ଧିରୁକୁଟି ସାହିର ଏକ ଘର ଭିତରୁ ମିଳିଲା ନବ ଵିବାହିତଙ୍କ ଝୁଲନ୍ତା ମୃତଦେହ I ମୃତକ ହେଉଛନ୍ତି ଭୁବନେଶ୍ୱର ଅନ୍ଧାରୁଆ ଗ୍ରାମର ସୁବାସ ନାୟକଙ୍କ ଝିଅ ତୃପ୍ତି ନାୟକ I ପରିବାର ଲୋକଙ୍କ ଅଭିଯୋଗ ଆମ ଝିଅକୁ ସୁପ୍ରକଳ୍ପିତ ଭାବେ ହତ୍ୟା କରି, ଆତ୍ମହତ୍ୟାର ରୂପ ଦେଉଛନ୍ତି ଝିଅର ଶ୍ୱଶୁର ଘର ଲୋକେ I 