ଭୁବନେଶ୍ବର: ରାଜଧାନୀର ରାମପୁର ବସ୍ତିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳାଙ୍କ ନାମ ହେଲା ସ୍ୱର୍ଣ୍ଣଲତା ମହାନନ୍ଦିଆ। ଝୁଲନ୍ତା ଅବସ୍ଥାରେ ସ୍ୱର୍ଣ୍ଣଲତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ ବୋଲି ସୂଚନା ରହିଛି। ଏଣେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ହୋଇଛି। ସ୍ୱର୍ଣ୍ଣଲତାଙ୍କୁ ତାଙ୍କ ସ୍ୱାମୀ ତଣ୍ଟିଚିପି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଖବର ପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟମର୍ଟମ ଲାଗି ପଠାଇଛି। ସ୍ୱର୍ଣ୍ଣଲତାଙ୍କୁଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପୁଲିସ ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)