ବାଙ୍ଗିରିପୋଷି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ଚାପିଦେଲା ଟ୍ରକ୍। ଦୁର୍ଘଟଣାରେ ଜଣେ ବାଇକ ଚାଳକ ମୃତ, ଟ୍ରକ ଥାନାରେ ଅଟକ। ଉତ୍ତେଜନା ଜାରି। ଦୁର୍ଘଟଣା ଘଟିଛି ଝାରପୋଖରିଆ ଥାନା ଅର୍ନ୍ତଗତ ଜାତୀୟ ରାଜପଥ ୧୮ ଓ ୪୯ ନମ୍ୱର ମିଳନ ସ୍ଥଳ ବମ୍ବେ ଛକ ଓଭର ବ୍ରିଜ ତଳେ। ରାସ୍ତା ମଝିରେ ଶବ ପଡିରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି। 

Advertisment

ବାଇକରେ ସ୍ଵାମୀ ସ୍ତ୍ରୀ ଯାଉଥିବା ବେଳେ ଚାପି ଯାଇଥିଲା ଟ୍ରକ୍। ଫଳରେ ଘଟଣା ସ୍ଥଳରେ ସ୍ଵାମୀ ସୁରେଶ ବିନ୍ଧାଣୀଙ୍କ ମୃତ୍ୟୁ ହୋଇଛି। ମୃତ ବିନ୍ଧାଣୀଙ୍କ ଘର ଚାନ୍ଧୁଆ ଥାନା ଅଞ୍ଚଳରେ ବୋଲି ସୂଚନା ରହିଛି। ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ରହିଥିବା ବେଳେ ଉଭୟ ପଟରେ ଅଟକି ରହିଛି ଶହ ଶହ ଗାଡ଼ି।

ଝାରପୋଖରିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହିତ ଉତ୍ତ୍ୟକ୍ତ ଳୋକଙ୍କୁ ବୁଝାଶୁଝା କରୁଛି। ବାଇକରେ ସ୍ଵାମୀ ସ୍ତ୍ରୀ ଯାଉଥିବା ବେଳେ ଚାପି ଯାଇଥିଲା ଟ୍ରକ୍। ଫଳରେ ଘଟଣା ସ୍ଥଳରେ ସ୍ଵାମୀ ସୁରେଶ ବିନ୍ଧାଣୀଙ୍କ ମୃତ୍ୟୁ ହୋଇଛି। ମୃତ ବିନ୍ଧାଣୀଙ୍କ ଘର ଚାନ୍ଧୁଆ ଥାନା ଅଞ୍ଚଳରେ ବୋଲି ସୂଚନା ରହିଛି। ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ରହିଥିବା ବେଳେ ଉଭୟ ପଟରେ ଅଟକି ରହିଛି ଶହ ଶହ ଗାଡ଼ି।