ବାରିପଦା: ମୟୂରଭଞ୍ଜଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗାଁରେ ଏଭଳି ଅଘଟଣ ଘଟିଛି । ମୃତକ ମହିଳା ହେଲେ ୨୪ବର୍ଷୀୟା ସବିତା ଭୋକ୍ତା । ଅଭିଯୁକ୍ତ ସ୍ବାମୀ ହେଲେ ୨୮ବର୍ଷୀୟ ଫୋତଲ ଭୋକ୍ତା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଚାନ୍ଦୁଆ ଥାନା ଅଞ୍ଚଳରେ ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗାଁରେ ଏଭଳି ଅଘଟଣ ଘଟିଛି । ମୃତକ ମହିଳା ହେଲେ ୨୪ବର୍ଷୀୟା ସବିତା ଭୋକ୍ତା । ଅଭିଯୁକ୍ତ ସ୍ବାମୀ ହେଲେ ୨୮ବର୍ଷୀୟ ଫୋତଲ ଭୋକ୍ତା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,ଗତକାଲି ରାତିରେ ଖାଇବା ପରେ ଅଭିଯୁକ୍ତ ମୋବାଇଲରେ ଜଣେ ବାନ୍ଧବୀଙ୍କ ସହ କଥା ହେଉଥିବାରୁ ସନ୍ଦେହ କରିଥିଲେ ସ୍ତ୍ରୀ । ସ୍ଵାମୀ - ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରବର୍ତ୍ତୀ ସମୟରେ ଏହା ବିରାଟ ରୂପ ନେବାରୁ ଅଭିଯୁକ୍ତ ସ୍ତ୍ରୀକୁ ମାରିଦେଇଥିଲା । ଏହାପରେ ସ୍ବାମୀ ରାତିସାରା ସ୍ତ୍ରୀର ମୃତଦେହକୁ ଜଗିରହିଥିଲା।
ସୂଚନା ଅନୁସାରେ,ଗତକାଲି ରାତିରେ ଖାଇବା ପରେ ଅଭିଯୁକ୍ତ ମୋବାଇଲରେ ଜଣେ ବାନ୍ଧବୀଙ୍କ ସହ କଥା ହେଉଥିବାରୁ ସନ୍ଦେହ କରିଥିଲେ ସ୍ତ୍ରୀ । ସ୍ଵାମୀ - ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରବର୍ତ୍ତୀ ସମୟରେ ଏହା ବିରାଟ ରୂପ ନେବାରୁ ଅଭିଯୁକ୍ତ ସ୍ତ୍ରୀକୁ ମାରିଦେଇଥିଲା । ଏହାପରେ ସ୍ବାମୀ ରାତିସାରା ସ୍ତ୍ରୀର ମୃତଦେହକୁ ଜଗିରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/15/XOvueaZrRHOtUtS0WqkH.png)