ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣା ସ୍ଥଳରୁ ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇଯାଇଥିବା ବେଳେ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଘରେ ପଡ଼ି ରହିଛି।
ମୋନିକାଙ୍କୁ ନୂଆଗଡ଼ ବ୍ଲକ କେରେଡାଙ୍ଗ ଗାଁର ନରେନ୍ଦ୍ର ପ୍ରେମ ବିବାହ କରିଥଲେ। ସେହିଦିନ ଠାରୁ ନରେନ୍ଦ୍ର ଗାଇବାରେ ଶଶୁର ଘରେ ରହି ଆସୁଥିଲେ। ତେବେ ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଆଜି ଭୋର୍ ସମୟରେ ନରେନ୍ଦ୍ର ସ୍ତ୍ରୀ ମୋନିକାଙ୍କର ଗଳା କାଟି ହତ୍ୟା କରି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ଘରେ ମୋନିକାଙ୍କ ମା ଏବଂ ୫ବର୍ଷର ଝିଅ ରହିଛନ୍ତି। ଘଟଣା ସ୍ଥଳରେ ସେରଙ୍ଗ ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଗାଇବାର ଝିଅ ମୋନିକାଙ୍କୁ ନୂଆଗଡ଼ ବ୍ଲକ କେରେଡାଙ୍ଗ ଗାଁର ନରେନ୍ଦ୍ର ପ୍ରେମ ବିବାହ କରିଥଲେ। ସେହିଦିନ ଠାରୁ ନରେନ୍ଦ୍ର ଗାଇବାରେ ଶଶୁର ଘରେ ରହି ଆସୁଥିଲେ। ତେବେ ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଆଜି ଭୋର୍ ସମୟରେ ନରେନ୍ଦ୍ର ସ୍ତ୍ରୀ ମୋନିକାଙ୍କର ଗଳା କାଟି ହତ୍ୟା କରି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ଘରେ ମୋନିକାଙ୍କ ମା ଏବଂ ୫ବର୍ଷର ଝିଅ ରହିଛନ୍ତି। ଘଟଣା ସ୍ଥଳରେ ସେରଙ୍ଗ ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/09/agqFnxZGyfGgGblOsxXD.jpg)