ରାଜାମୁଣ୍ତା: ଚାନ୍ଦିପୋଷ ଥାନା ଅନ୍ତର୍ଗତ ପିତାଗାଁରେ ନିଜ ସ୍ତ୍ରୀକୁ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ସ୍ବାମୀକୁ ପୁଲିସ ଗିରଫ କରିଛି। ଘଟଣାଟି ୪ ତାରିଖ ସନ୍ଧ୍ୟାରେ ଘଟିଥିଲେ ମଧ୍ୟ ନୃଶଂସ ସ୍ୱାମୀ ଡାକ୍ତରଖାନା ନ ନେବାରୁ ୫ ତାରିଖ ବିଛଣାରେ ଯନ୍ତ୍ରଣାରେ ଛଟପଟ ହୋଇ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ଅଭିଯୁକ୍ତ ସ୍ୱାମୀ ଜଗନ୍ନାଥ ଟପ୍ପୋ(୩୨)କୁ ଧରି ଗିରଫ କରିଥିବା ବେଳେ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।
ପିତାଗାଁ ଗ୍ରାମର ଜଗନ୍ନାଥ ପ୍ରାୟ ୧୪/୧୫ ବର୍ଷ ତଳେ ମୋନିକା ଟପ୍ପୋଙ୍କୁ ବିବାହ କରିଥିଲେ। ତାଙ୍କର ୨ ଜଣ ପୁଅ ଅଛନ୍ତି। ବଡ଼ପୁଅ ଛାତ୍ରାବାସରେ ରହି ପଞ୍ଚମଶ୍ରେଣୀରେ ପାଠ ପଢ଼ୁଥିବାବେଳେ ସାନପୁଅ ପିଉସୀଘରେ ରହି ପଢ଼ୁଛି। ଘରେ ଖାଲି ସ୍ୱାମୀ ସ୍ତ୍ରୀ। ଜଗନ୍ନାଥ ବ୍ରାହ୍ମଣୀତରଙ୍ଗ ନିକଟରେ କୌଣସି ଏକ ଜାଗାରେ ଶ୍ରମିକ ଭାବେ କାମ କରୁଥିଲେ। ମାତ୍ର ୨ ସପ୍ତାହ ହେଲା କାମକୁ ଯାଉନଥିଲେ। ଘରେ କୌଣସି କାମରେ ଟଙ୍କାର ଆବଶ୍ୟକତା ଥିବାରୁ ୪ ତାରିଖ ଦିନ ଜମି ବନ୍ଧାଦେଇ ୭ ହଜାର ଟଙ୍କା ଘରକୁ ଆଣିଥିଲେ। ମଦ ପିଇଥିବା ଜଗନ୍ନା୍ଥଙ୍କୁ ରାତିରେ ଖାଇସାରି ଶୋଇବା ସମୟରେ ସ୍ତ୍ରୀ ‘କାମକୁ କାହିଁକି ଯାଉନ, ଜମିବନ୍ଧା ଦେଇ ଟଙ୍କା ଅଣାଯାଉଛି’ ବୋଲି କହିବାରୁ ଉତ୍କ୍ଷିପ୍ତ ହୋଇ ଜଗନ୍ନାଥ ଏକ କଞ୍ଚା ଓଜନିଆ ବାଡ଼ିରେ ଅତି ନିସ୍ତୁକ ପିଟିଥିଲେ। ଶରୀରର କୌଣସି ଅଂଶ ମାଡ଼ରୁ ବର୍ତ୍ତି ନଥିଲା। ବିଛଣାରେ ପଡ଼ି ଛଟପଟ ହେଉଥିଲେ ସୁଦ୍ଧା ଡାକ୍ତରଖାନା ନେଇ ନଥିଲେ। ଯନ୍ତ୍ରଣା ଯୋଗୁ ମୋନିକାଙ୍କର ବିଛଣାରେ ଝାଡ଼ାପରିସ୍ରା ମଧ୍ୟ ହୋଇଯାଇଥିଲା। ସେମିତି ଯନ୍ତ୍ରଣାରେ ଛଟପଟ ହୋଇ ୫ ତାରିଖ ଦିନ ପ୍ରାୟ ୧୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଦିନ ବିଳମ୍ବିତ ରାତି ପ୍ରାୟ ୧ଟାବେଳେ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା।
ସୂଚନା ମୁତାବକ, ପିତାଗାଁ ଗ୍ରାମର ଜଗନ୍ନାଥ ପ୍ରାୟ ୧୪/୧୫ ବର୍ଷ ତଳେ ମୋନିକା ଟପ୍ପୋଙ୍କୁ ବିବାହ କରିଥିଲେ। ତାଙ୍କର ୨ ଜଣ ପୁଅ ଅଛନ୍ତି। ବଡ଼ପୁଅ ଛାତ୍ରାବାସରେ ରହି ପଞ୍ଚମଶ୍ରେଣୀରେ ପାଠ ପଢ଼ୁଥିବାବେଳେ ସାନପୁଅ ପିଉସୀଘରେ ରହି ପଢ଼ୁଛି। ଘରେ ଖାଲି ସ୍ୱାମୀ ସ୍ତ୍ରୀ। ଜଗନ୍ନାଥ ବ୍ରାହ୍ମଣୀତରଙ୍ଗ ନିକଟରେ କୌଣସି ଏକ ଜାଗାରେ ଶ୍ରମିକ ଭାବେ କାମ କରୁଥିଲେ। ମାତ୍ର ୨ ସପ୍ତାହ ହେଲା କାମକୁ ଯାଉନଥିଲେ। ଘରେ କୌଣସି କାମରେ ଟଙ୍କାର ଆବଶ୍ୟକତା ଥିବାରୁ ୪ ତାରିଖ ଦିନ ଜମି ବନ୍ଧାଦେଇ ୭ ହଜାର ଟଙ୍କା ଘରକୁ ଆଣିଥିଲେ। ମଦ ପିଇଥିବା ଜଗନ୍ନା୍ଥଙ୍କୁ ରାତିରେ ଖାଇସାରି ଶୋଇବା ସମୟରେ ସ୍ତ୍ରୀ ‘କାମକୁ କାହିଁକି ଯାଉନ, ଜମିବନ୍ଧା ଦେଇ ଟଙ୍କା ଅଣାଯାଉଛି’ ବୋଲି କହିବାରୁ ଉତ୍କ୍ଷିପ୍ତ ହୋଇ ଜଗନ୍ନାଥ ଏକ କଞ୍ଚା ଓଜନିଆ ବାଡ଼ିରେ ଅତି ନିସ୍ତୁକ ପିଟିଥିଲେ। ଶରୀରର କୌଣସି ଅଂଶ ମାଡ଼ରୁ ବର୍ତ୍ତି ନଥିଲା। ବିଛଣାରେ ପଡ଼ି ଛଟପଟ ହେଉଥିଲେ ସୁଦ୍ଧା ଡାକ୍ତରଖାନା ନେଇ ନଥିଲେ। ଯନ୍ତ୍ରଣା ଯୋଗୁ ମୋନିକାଙ୍କର ବିଛଣାରେ ଝାଡ଼ାପରିସ୍ରା ମଧ୍ୟ ହୋଇଯାଇଥିଲା। ସେମିତି ଯନ୍ତ୍ରଣାରେ ଛଟପଟ ହୋଇ ୫ ତାରିଖ ଦିନ ପ୍ରାୟ ୧୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଦିନ ବିଳମ୍ବିତ ରାତି ପ୍ରାୟ ୧ଟାବେଳେ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା।
ରାଉରକେଲାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ବାଡ଼ିକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ଜଗନ୍ନାଥକୁ ଗିରଫକରି ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/18/gdIf54EBIzoGWXnr3HUM.jpg)