ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଟାଙ୍ଗର ଗାଁ ପଞ୍ଚାୟତ ହୁଟୁପାନି ଗାଁରେ ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଛି। ପଥରରେ ଛେଚି ତାଙ୍କୁ ସ୍ବାମୀ ହତ୍ୟା କରିଥିବା କୁହାଯାଉଛି। ମୃତା ହେଲେ ଦୁର୍ଗାବତୀ ସିଂ(୪୫)। ଘଟଣା ପରେ ଅଭିଯୁକ୍ତ ସ୍ବାମୀ ରୁପନନ ସିଂ ଫେରାର ହୋଇଯାଇଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଖୋଜାଚାଲିଛି।
ଆଜି ସକାଳେ ପାଖ ଜଙ୍ଗଲକୁ ସ୍ବାମୀ ଓ ସ୍ତ୍ରୀ ମହୁଲ ଗୋଟାଇବାକୁ ଯାଇଥିବାବେଳେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ହଠାତ ରାଗି ଯାଇ ରୁପନନ ପଥରେ ଛେଚି ହତ୍ଯା କରିଥିବା ପୁଲିସ ସୂଚନା ଦେଇଛି। ଘଟଣା ପରେ ସେ ମଧ୍ଯ ଆତ୍ମହତ୍ଯା କରିଦେବ ବୋଲି କିଛି ଲୋକଙ୍କ ଆଗରେ କହି କୁଆଡ଼େ ଚାଲି ଯାଇଥିବା କୁହାଯାଉଛି। ପୁଲିସ ଜଙ୍ଗଲ, ନଦୀ, ପୋଖରୀରେ ରୁପନନ ସିଂକୁ ଖୋଜୁଛି।

crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/26/Br0DaQnYt8kfqzZJ1bKu.jpg)