ଖଇରା: ପ୍ରେମ ଵିଵାହର କରୁଣ ପରିଣତି। ନୃଶଂସ ଭାବେ ସ୍ତ୍ରୀକୁ ପିଟିପିଟି କଚାଡ଼ି ମାରିଦେଲା ସ୍ୱାମୀ। କଇଁ କଇଁ କାନ୍ଦୁଛି ଅଢ଼େଇ ବର୍ଷର କୁନି ଝିଅ। ଏଭଳି ଦୁଃଖଦ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵରଜିଲ୍ଲା ଔପଦା ଥାନା ତଳକିଆ ପଞ୍ଚାୟତ ପ୍ରତାପପୁର ଗାଁରେ।
ପ୍ରତାପପୁରର ଦେବେନ୍ଦ୍ର ମାଣଙ୍କ ପୁତ୍ର ନିଶାକର ମାଣ ଓରଫ ଜଗା ଆଜକୁ ୪ ବର୍ଷ ତଳେ ମୟୁରଭଞ୍ଜ ଜିଲ୍ଲା ବାରିପଦା ପୂର୍ଣ୍ଣଚନ୍ଦ୍ରପୁର ଗାଁର କୁନୁ ବାଗଙ୍କ କନ୍ୟା ବିଷମାଙ୍କୁ ଵିଵାହ କରିଥିଲେ। ସେମାନଙ୍କର ଏକ ଅଢ଼େଇ ବର୍ଷର କନ୍ୟା ସନ୍ତାନ ଅଛି। ଗତକାଲି ଦିନରେ ଘରୋଇ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇ ପରିସ୍ଥିତି ଉଗ୍ର ରୂପ ନେଇଥିଲା। ଜଗା ବିଷମାକୁ ନିସ୍ତୁକ ମାଡ଼ ମାରିବା ସହିତ ତଳେ କଚାଡ଼ି ଦେଇଥିଲେ। ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ଜଗା ସ୍କୁଟି ଯୋଗେ ବିଷମାକୁ ଖଇରା ମେଡିକାଲକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଦେଖି ଡାକ୍ତର ତାକୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଏକ ୧୦୮ ଯୋଗେ ବିଷମାକୁ ଭଦ୍ରକ ନେବା ରାସ୍ତାରେ ବିଷମାର ମୃତ୍ୟୁ ହେବା ଜାଣି ଭୟରେ ଜାଗା ନିଜ ଘର ପ୍ରତାପପୁରକୁ ଫେରାଇ ଆଣିଥିଲେ।

ଖବର ପାଇ ମୃତା ବିଷମାର ବାପା କୁନୁ ବାଗ, ମା ପାର୍ବତୀ ବାଗ ଆଜି ଭୋର ଆସି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନିଶାକର ଓରଫ ଜଗା ପୁଲିସକୁ ଦେଖି କୌଶଳ କ୍ରମେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଭିତରୁ ପୁଲିସ ଜଗାକୁ କାବୁ କରିଛି । ଏବେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।