ଭୁବନେଶ୍ବର: ସିବିଏସ୍ଇ ଭଳି ଓଡ଼ିଶାରେ ସ୍କୁଲରେ ଛାତ୍ରୀଙ୍କ ସୁରକ୍ଷାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବାପାଇଁ ବିଚାରବିମର୍ଶ ଚାଲିଛି। ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସ୍କୁଲରେ ଆଇସିସି ଗଠନ କରାଯାଉଛି। ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ କେମିତି ସକ୍ରିୟ ହେବେ , ତତକ୍ଷଣାତ୍ ପଦକ୍ଷେପ ପାଇଁ ପଦକ୍ଷେପ ନିଆଯାଉଛି। ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ମହିଳା ଏଵଂ ଶିଶୁମାନଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ସିବିଏସଇ ଭଳି ସ୍କୁଲରେ ସିସିଟିଭି ଲାଗିବ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ବିଦ୍ୟାଳୟ ଏଵଂ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ।
ସେ ଆହୁରି କହିଛନ୍ତି, ମହିଳା ଏଵଂ ଶିଶୁମାନଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ସିବିଏସଇ ଭଳି ସ୍କୁଲରେ ସିସିଟିଭି ଲାଗିବ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ବିଦ୍ୟାଳୟ ଏଵଂ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ।