ପଦ୍ମପୁର: କେନ୍ଦୁଝରଜିଲ୍ଲା ବାଉଁଶୁଳି ଗ୍ରାମର ଦିଲେଶ୍ୱର ନାଏକଙ୍କ ସ୍ତ୍ରୀ ଶୌଳେନ୍ଦ୍ରୀ ନାଏକ(୫୭) ଆଜି ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ସେ ହରିଚନ୍ଦନପୁର ଆଇସିଡିଏସ୍ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ।
ଆଜି ଅପରାହ୍ନରେ ଘର ପଛପଟକୁ ଶୌଚ ହେବାକୁ ଯାଇଥିବା ସମୟରେ ବଜ୍ରାଘାତରେ ଗୁରୁତର ହୋଇଥିଲେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶୌଳେନ୍ଦ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଆଜି ଅପରାହ୍ନରେ ଘର ପଛପଟକୁ ଶୌଚ ହେବାକୁ ଯାଇଥିବା ସମୟରେ ବଜ୍ରାଘାତରେ ଗୁରୁତର ହୋଇଥିଲେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶୌଳେନ୍ଦ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ଶବଗୃହରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
Keonjhar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/FsWae2HQiiBK1rZUu89h.jpg)