ବୈଶିଙ୍ଗା: ରାତି ପାହିଲେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉତ୍ସାହର ସହିତ ପାଳନ କରିବାକୁ ଯାଉଛନ୍ତି ଇଦ୍-ଉଲ୍-ଜୁହା। ଏହି ଅବସରରେ ବୈଶିଙ୍ଗା ଥାନା କଳମା ପଞ୍ଚାୟତ ଅଧୀନ ଗୋବିନ୍ଦରାୟପୁର ଏବଂ ତାଳପଦା ଅଞ୍ଚଳରେ ଏକାଧିକ ସ୍ଥାନରେ ଶନିବାର ସମୂହିକ ନମାଜ ପାଠ ଅନୁଷ୍ଠିତ ହେବl ପ୍ରମୁଖସ୍ଥାନରେ ବହୁ ସଂଖ୍ୟାରେ ମୁସଲିମ୍ ସଂପ୍ରଦାୟର ଲୋକ ଭିଡ଼ ହେବ ବୋଲି ଆଶା କରାଯାଉଛିl
ଶାନ୍ତିଶୃଙ୍ଖଳା ପାଇଁ ଶୁକ୍ରବାର ସନ୍ଧ୍ୟାରେ ବୈଶିଙ୍ଗା ଥାନା କଳମା ପଞ୍ଚାୟତ ଅଧୀନ ଗୋବିନ୍ଦରାୟପୁର ଏବଂ ତାଳପଦା ଅଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫ୍ଲାଗମାର୍ଚ୍ଚ କରାଯାଇଛି l
/sambad/media/media_files/2025/06/06/586383b3-acf4-4ec7-8409-71c8cb0836da-429167.jpg)
ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କ ନେତୃତ୍ୱରେ ହୋଇଥିବା ଫ୍ଲାଗମାର୍ଚ୍ଚରେ ବୈଶିଙ୍ଗା ଥାନା ଆଇଆଇସି ବାରିଣୀ ଦାସ ସଂଯୋଜନା ଏବଂ ପରିଚାଳନା ଦାୟିତ୍ୱ ତୁଲାଇଥିଲେl ଚାରି ପ୍ଲାଟୁନ ପୁଲିସଫୋର୍ସ ସାଙ୍ଗକୁ ବୈଶିଙ୍ଗା ଥାନା ପୁଲିସ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ଥିଲେ l ତେବେ ଶାନ୍ତିଶୃଙ୍ଖଳା ଏବଂ ହର୍ଷଉଲ୍ଲାସର ସହିତ ପବିତ୍ର ଇଦଉଲ ଜୁହାକୁ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ପାଳନ କରିବା ନେଇ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି l
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/06/06/e7f6a186-d512-491c-ada6-f881b202aff7-620137.jpg)