ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଭେଲରା ପେଟ୍ରୋଲ ପମ୍ପ ନିକଟସ୍ଥ ଏକ ପାନ ଦୋକାନରେ ବେଆଇନ ଭାବେ ଗଞ୍ଜେଇ ବିକ୍ରି ଚାଲିଥିବା ବେଳେ ପୁଲିସ ଏହି କାରବାରରେ ସଂପୃକ୍ତ ଦୋକାନୀଙ୍କୁ ଧରିବାରେ ସଫଳ ହୋଇଛି।

Advertisment

ସୂଚନା ଅନୁସାରେ ଦୀର୍ଘଦିନ ଧରି ଜାତୀୟ ରାଜପଥ ପାର୍ଶ୍ଵରେ ବିଭିନ୍ନ ପାନ ଓ ଚା ଦୋକାନରେ ନିଶା କାରବାର ହେଉଥିବା ନେଇ ଅଭିଯୋଗ ହେଉଥିଲା। ଏହି କାରବାରରେ କିଛି ଆନ୍ତଃରାଜ୍ୟ ନିଶା ବେପାରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର କିଛି ଅସାଧୁ ବ୍ୟକ୍ତି ଓ ସାମାଜିକ କ୍ଷେତ୍ରରେ ଜଣାଶୁଣା ବ୍ୟକ୍ତି ସଂପୃକ୍ତି ଥିବା ଅଭିଯୋଗ ହେଉଥିଲା।  

ଦୀର୍ଘଦିନ ଧରି ଜାତୀୟ ରାଜପଥ ପାର୍ଶ୍ଵ ରେ ବିଭିନ୍ନ ପାନ ଓ ଚା ଦୋକାନରେ  ନିଶା କାରବାର ହେଉଥିବା ନେଇ ଅଭିଯୋଗ ହେଉଥିଲା। ଏହି କାରବାରରେ କିଛି ଆନ୍ତଃରାଜ୍ୟ ନିଶା ବେପାରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର କିଛି ଅସାଧୁ ବ୍ୟକ୍ତି ଓ ସାମାଜିକ କ୍ଷେତ୍ରରେ ଜଣାଶୁଣା ବ୍ୟକ୍ତି ସଂପୃକ୍ତି ଥିବା ଅଭିଯୋଗ ହେଉଥିଲା।  

ବିଳମ୍ବିତ ରାତିରେ ନିର୍ଦ୍ଦିଷ୍ଟ ଏକ ମନ୍ଦିର ସମ୍ମୁଖ ଚା,ପାନ ଦୋକାନରେ ଏହି ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ବେପାରୀ ସଂପୃକ୍ତ ବ୍ୟକ୍ତିମାନଙ୍କ ସହିତ  କାରବାର କରନ୍ତି। ଏଭଳି ଅସାଧୁ ବେପାର ଦୈନ୍ୟ ଦିନ ଚାଲୁଥିବା ବେଳେ ପୁଲିସ ଆଜି ବଡ କୁ ଛାଡି ଛୋଟକୁ ଧରି ସାବାସି ନେବାକୁ ବସିଛି। ପୁଲିସ ପକ୍ଷରୁ ବସ୍ତା ଥାନା ଅମର୍ଦ୍ଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ସଦଳେବଳେ ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥ ଭେଲରା ପେଟ୍ରୋଲ ପମ୍ପ ନିକଟସ୍ଥ ଦୋକାନରେ ଚଢ଼ାଉ କରି ୧୫୦ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ଏହି ଦୋକାନର ମାଲିକ ଗୌତମ ସିଂହଙ୍କୁ ବେଆଇନ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ  ଗିରଫ କରିଛି ପୁଲିସ।

Balasore