ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ବ୍ଲକ ଦେଇ ଯାଇଥିବା ‘ଭାରତମାଳା’ ପ୍ରକଳ୍ପର ରାସ୍ତାଉପରେ ମକା ଚାଷୀମାନେ ଅବୈଧ ଭାବେ ମକା ରଖିବା ସହ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ପୋଡ଼ି ଦେଉଥିବାରୁ ଆଜି ଆଦାନୀ ଗ୍ରୁପ ଦ୍ଵାରା ଅନୁବନ୍ଧିତ ୟୁଏମଏସଏଲ କମ୍ପାନg ତରଫରୁ ଡାବୁଗାଁ ଥାନାରେ ଏତଲା ଦିଆ ଯାଇଛି।
କମ୍ପାନି ତରଫରୁ ମକା ଚାଷୀମାନଙ୍କୁ ତାଗିଦ୍ କରାଯାଉଥିଲେ ସୁଦ୍ଧା ଚାଷୀମାନେ କୌଣସି କଥା କର୍ଣ୍ଣପାତ କରୁ ନାହାନ୍ତି। ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ଭାରତମାଳା ଇକୋନୋମିକ କରିଡ଼ର ରାସ୍ତା କାର୍ଯ୍ୟ ଜାରି ରହିଛି। ୨୦୨୪ ମସିହା ଅବଧି ମଧ୍ୟରେ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରି ନ ଥିବା ବେଳେ ଆଦାନୀ ଗ୍ରୁପର ୟୁଏମଏସଏଲ କମ୍ପାନି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାର୍ଯ୍ୟ କରୁଛନ୍ତି।
ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ଭାରତମାଳା ଇକୋନୋମିକ କରିଡ଼ର ରାସ୍ତା କାର୍ଯ୍ୟ ଜାରି ରହିଛି। ଆଦାନୀ ଗ୍ରୁପର ୟୁଏମଏସଏଲ କମ୍ପାନି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାର୍ଯ୍ୟ କରୁଛନ୍ତି।
ଏହି ସମୟରେ ଡାବୁଗାଁ ବ୍ଲକର ରାବଣାଗୁଡ଼ା ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାସ୍ତାଉପରେ ମକା ଚାଷୀମାନେ ଏହି ଭାରତମାଳା ରାସ୍ତା ଉପରେ ଅବୈଧ ଭାବେ ମକା ରଖିବା ସହ ମକା ଚୋପା ରାସ୍ତା ଉପରେ ପୋଡି ରାସ୍ତା ନଷ୍ଟ କରି ଦେଇଛନ୍ତି। ଏଥି ସହ ମୂଲ୍ୟବାନ ବେରିଆର ମଧ୍ୟ ପୋଡି ନଷ୍ଟ ହୋଇଥିବା ନେଇ ଥାନାରେ ଚାଷୀ ବିରୁଦ୍ଧରେ ଏତଲା ଦିଆ ଯାଇଛି। ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ କମ୍ପାନିର ଯାତାୟାତ କରୁଥିବା ଯାନବାହନ ମଧ୍ୟ ଅସୁବିଧା ଦେଖା ଦେଇଛି।
କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଭାରତମାଳା ପ୍ରକଳ୍ପ ରାସ୍ତାକୁ ଚାଷୀ ନଷ୍ଟ କରିବା ପରେ ସଂପୃକ୍ତ କମ୍ପାନି ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ଜଣାପଡ଼ିବା ପରେ ଆଜି ଡାବୁଗାଁ ତହସିଲଦାରଙ୍କୁ ମଧ୍ୟ ଏ ନେଇ ଲିଖିତ ଭାବେ ଅବଗତ କରାଯାଇଛି।Nabarangpur | Farmers
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/17/NKlz7n1H7NckCY4OAjm4.jpg)