ମାଲକାନଗିରି: ଜିଲ୍ଲାରେ ସରକାରୀ କ୍ବାର୍ଟର ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ବଶିଷ୍ଟ ସମାଜସେବା ତଥା ବରିଷ୍ଠ ସାମ୍ବାଦିକ ସନ୍ତୋଷ ନାଗ। ସେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରହଥିବା ନିଜାରତ ବିଭାଗକୁ ମାଗିଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ଜଲ୍ଲାରେ ୭୨୯ଟି କ୍ବାର୍ଟର ରହିଛି। ସେଥିମଧ୍ୟରୁ ୫୭୬ଟି କ୍ବାର୍ଟର ବିଭିନ୍ନ ବିଭାଗକୁ ବଣ୍ଟନ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ବଳକା କ୍ବାର୍ଟର ମଧ୍ୟରୁ ୩୧ଟି ଖରାପ ଥିବା ଦର୍ଶାଯାଇଛି।
ତେବେ ବହୁ କ୍ବାର୍ଟର ବେସରକାରୀ ଲୋକଙ୍କୁ ବେଆଇନ ଭାବେ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି, ଯାହା ସରକାରୀ ବାବୁଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠିଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାର ଆଡ଼ମିନିଷ୍ଟ୍ରେସନ କଲୋନିରେ ରହିଛି ୧୨ଟି କ୍ବାର୍ଟର, ଟାଗୋର ସୋସାଇଟିର ସମ୍ମୁଖରେ ରହିଛି ୨୩ କ୍ବାର୍ଟର, ଟାଗୋର ସୋସାଇଟିର ପଛରେ ରହିଛି ୮ଟି କ୍ବାର୍ଟର, ବେଙ୍ଗଲି ସ୍କୁଲ ପଛରେ ରହିଛି ୮ଟି କ୍ବାର୍ଟର, ପୁରୁଣା ମେଡିକାଲ ଛକ ନିକଟରେ ରହିଛି ୧୬ଟି କ୍ବାର୍ଟର, ସିଡିଏମଓ କାର୍ଯ୍ୟାଳୟର ପଛରେ ରହିଛି ୧୬ଟି, କେନାଲ କଲୋନିରେ ୧୬ଟି, ସିଡିଏମଓ ସମ୍ମୁଖରେ ୧୬ଟି, ରାମେଶ୍ବର ଶିବ ମନ୍ଦିର ପାଖରେ ୧୯ଟି, ବେଙ୍ଗଲି ସ୍କୁଲ ସମ୍ମୁଖରେ ୬ଟି, ଡିଏନକେ ଖେଳ ପଡ଼ିଆର ସମ୍ମୁଖରେ ୧୬ଟି, ମୋର୍ଡେନ ଇଂରାଜୀ ସ୍କୁଲ ପାଖରେ ୧୨ଟି, ଡିଏନକେ ମେନ ରୋଡରେ ୫ଟି, ଅମଲାକୁଟିର ପାଖରେ ୯ଟି, ଡିଏନକେ ପରିବା ମାର୍କେଟ ନିକଟରେ ୨୦ଟି, ଅମଲାକୁଟିର ଉତ୍ତର ପଟେ ୧୦ଟି, ପୁରୁଣା କଲେକ୍ଟ୍ରେଟ ପଛରେ ୧୭ଟି, କେନାଲ କଲୋନିରେ ୨୯ଟି, ରିକ୍ଲାମେସନରେ ୧୩୨ଟି, ବସଷ୍ଟାଣ୍ଡ ନିକଟରେ ୧୯ଟି, ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ୨ଟି, ପିଡବ୍ଲୁଡି କଲୋନିରେ ୧୯ଟି, ଏଜୁକେସନ କଲୋନିରେ ୪୪ଟି, ୧୧୯ କଲୋନିରେ ୧୧୮ଟି, ଉପଜିଲ୍ଲାପାଳ ଅଫିସ ନିକଟରେ ୮ଟି, ଏମଭି-୨ରେ ୫୯ଟି, ନୂଆ ରାଜସ୍ବ କଲୋନୀରେ ୭୦ଟି ରହିଛି।
ଏଥିମଧ୍ୟରୁ ପ୍ରାୟ ୪୬ଟି ବିଭାଗକୁ ୫୭୬ଟି କ୍ବାର୍ଟର ପ୍ରଦାନ କରାଯାଇଛି ବୋଲି କୁହାଯାଇଛି। ସବୁଠାରୁ ବେଶୀ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ୧୭୪ଟି କ୍ବାର୍ଟର ପ୍ରଦାନ କରାଯାଇଥିବା ବେଳେ ୧୮ଟି ବିଭାଗର କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ କ୍ବାର୍ଟର ପ୍ରଦାନ କରାଯାଇଛି। ସେହିପରି ୩ ଜଣ ସାମ୍ବାଦିକଙ୍କୁ କ୍ବାର୍ଟର ପ୍ରଦାନ କରାଯାଇଥିବା କୁହାଯାଇଛି। କିନ୍ତୁ ବହୁ ସାମ୍ବାଦିକ କ୍ବାର୍ଟର ନିଜ ଅକ୍ତିଆରରେ ରଖିଥିବା ଜଣାପଡିଛି।
ମାଲକାନଗିରି ମହାବିଦ୍ୟାଳୟରେ ଜଣେ ରିଡର ଥିବା କହି କ୍ବାର୍ଟର ମାଡି ବସିଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗ ରିପୋର୍ଟ ତଲବ କରିଥିବା କହିଛି। ୧୦୦ରୁ ଊର୍ଦ୍ଧ୍ବ କ୍ବାଟର ଜବରଦଖଲରେ ରହିଥିବା ଜଣାପଡ଼ିଛି। ଏପରିକି କ୍ବାର୍ଟର ପାଇଥିବା ଅଧିକାରୀମାନେ ସେହି କ୍ବାର୍ଟର ନିକଟରେ ଥିବା ସରକାରୀ ଜାଗାରେ ଗୃହ ନିର୍ମାଣ କରି ଜବରଦଖଲ କରି ମଧ୍ୟ ରହିଛନ୍ତି। ଏନେଇ ତହସିଲ ପକ୍ଷରୁ କାହାକୁ ଲିଜ କିମ୍ବା ଜବରଦଖଲ ମଗଦ୍ଦମା କରାଯାଇନଥିବା କୁହାଯାଇଛି। କାର୍ଯ୍ୟରତ ସାମ୍ବାଦିକଙ୍କୁ କ୍ବାର୍ଟର ପ୍ରଦାନ ନେଇ ଓଡ଼ିଶା ଗେଜେଟରେ ନିର୍ଦେଶ ରହିଥିଲେ ମଧ୍ୟ ପ୍ରଦାନ କରାଯାଉନଥିବା ବରିଷ୍ଠ ସାମ୍ବାଦିକ ସଂତୋଷ ନାଗ ଅଭିଯୋଗ କରିଛନ୍ତି। ମନଇଛା ସାମ୍ବାଦିକର ପରିଚୟ ଦେଇ କିଛି ସାମ୍ବାଦିକ ବଳପୂର୍ବକ କ୍ବାର୍ଟର ମାଡି ବସିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହାର ଉଚିତ ତଦନ୍ତ ହେଲେ କ୍ବାଟର ପ୍ରଦାନରେ ଅନିୟମିତତା ପଦାକୁ ଆସିବ ବୋଲି ଦାବି ହୋଇଛି।
Malkangiri