ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ):ମୟୂରଭଞ୍ଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ରାଇରଙ୍ଗପୁରର ମୁଖ୍ୟରାସ୍ତାରେ ହେଲମେଟ ଚେକିଂ, ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ବ୍ୟକ୍ତିଙ୍କୁ ଧରି ମୋଟା ଅଙ୍କର ଜରିମାନା କରୁଛି। କିନ୍ତୁ ବେଆଇନ ପାକିଂ ଯୋଗୁଁ ବୃଦ୍ଧି ପାଉଥିବା ଦୁର୍ଘଟଣା ଉପରେ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି। ରାଇରଙ୍ଗପୁର ଗୋଲେଇ ଛକଠାରୁ ଜଗନ୍ନାଥ ମନ୍ଦିର ଛକ ମଧ୍ଯରେ ଥିବା ଜଗନ୍ନାଥ ମାର୍କେଟର ଅବସ୍ଥା ଗୁରୁତର ହୋଇପଡ଼ିଛି।
ମୁଖ୍ୟରାସ୍ତା ତଥା ୨୨୦ ନଂ ଜାତୀୟ ରାଜପଥ କଡ଼ରେ ଦୁଇଟି ସପିଂମଲ୍, ଗୋଟିଏ ଲଜ୍, ୪ଟି ବ୍ୟାଙ୍କ୍ ରହିଛି। କିନ୍ତୁ ପାକିଂ ସ୍ଥାନ ନାହିଁ। ଫଳରେ ଲଜ୍, ସପିଂମଲ୍କୁ ଆସୁଥିବା ଗ୍ରାହକ ରାସ୍ତା ଉପରେ ଗାଡ଼ି ଠିଆ କରି ରଖୁଥିବା ଦ୍ଵାରା ଲୋକେ ନାହିଁ ନ ଥୁବା ଅସୁବିଧା ଭୋଗ କରୁଛନ୍ତି।
ଲଜ୍ ସମ୍ମୁଖରେ ଦିନରାତି ଗାଡ଼ି ସବୁ ପାର୍କ ହୋଇ ରହୁଛି। ସେପଟେ ଯାତ୍ରୀବାହୀ ଅଟୋ, ମାଲ ପରିବହନ ଯାନବାହନ, ଯାତ୍ରୀବାହୀ ବସ୍ ରାସ୍ତାଉପରେ ରହୁଥିବାରୁ ସବୁବେଳେ ଜାମ ରହିବା ସହିତ ଦୁର୍ଘଟଣା ମଧ୍ୟ ଘଟୁଛି। ମଲ୍କୁ ଆସୁଥିବା ଗ୍ରାହକ ଅନ୍ୟ ଛୋଟ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ଗାଡି ପାକିଂ କରୁଥିବା ନେଇ ସବୁ ସମୟରେ ଉତ୍ତେଜନା ପ୍ରକାଶ ପାଉଛି।
/sambad/media/media_files/2025/04/26/img-20250426-wa0158-956287.jpg)
ଅଭିଯୋଗ କଲେ ମଲ୍ ମାଲିକ ବିଭିନ୍ନ ପ୍ରକାର ଧମକ ଦେଉଥିବା ନେଇ ଅଭିଯୋଗ ହେଉଛି। ସେ ନେଇ ପୂର୍ବରୁ ଜଗନ୍ନାଥ ମାର୍କେଟର ବ୍ୟବସାୟୀ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି କାର୍ଯକ୍ରମରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। କେବଳ ଜାନୁଆରି ମାସର ସଡ଼କ ସୁରକ୍ଷା ସପ୍ତାହ ପାଳନ ସମୟରେ ସଚେତନତା କରାଯାଉଠିବା ବେଳେ ଅନ୍ୟ ଦିନରେ ସଚେତନ କିମ୍ବା ବେଆଇନ୍ ପାର୍କିଂକୁ ବିରୋଧ କରାଯାଇନଥାଏ। ଏହା ବ୍ୟତୀତ କେନ୍ଦୁଝର ଜିଲ୍ଲାରୁ ପଡୋଶୀ ଝାରଖଣ୍ଡକୁ ଚାଲାଣ ହେଉଥିବା ଲୁହାପଥର ବଝେଇ ହଜାର ହଜାର ଟ୍ରକ୍ଗୁଡ଼ିକ ସହର ଦେଇ ଦ୍ରୁତଗତିରେ ଯାତାୟତ କରୁଥିବାରୁ ଅଞ୍ଚଳବାସୀମାନେ ଭୟଭୀତ ଅବସ୍ଥାରେ ଯିବା ଆସିବା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ।
ପୌରପ୍ରଶାସନ, ସ୍ଥାନୀୟ ପୁଲିସ ପ୍ରଶାସନ ସବୁ ଦେଖି ଜାଣିବା ପରେ ବି ନିଦାବିଷ୍ଣୁ ସାଜିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହା ବ୍ୟତୀତ ବିଭିନ୍ନ ପର୍ବର୍ବାଣୀରେ ଦୋକାନ ବଜାର ଭିଡ ରହିବା ସହିତ ଗାଡି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥାଏ। ଯାହା ଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। ଏଭଳି ସମୟରେ ପ୍ରଶାସନ ଦୃଢ଼ କାର୍ଯ୍ୟାଷ୍ଠାନ ନେଇ ବେଆଇନ ପାର୍କିଂ, ଜବର ଦଖଲ ଉଚ୍ଛେଦ ନ କଲେ ଆଗକୁ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରିବ ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ବେଆଇନ୍ ପାର୍କିଂ କରୁଥିବା ବ୍ୟକ୍ତିଙ୍କ ଉପରେ କାହିଁକି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ନାନା ପ୍ରଶ୍ନ ଉଠୁଛି।
Accident | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/26/img-20250426-wa0156-957628.jpg)
