ବୀରମହାରାଜପୁର: ମାତ୍ରାଧିକ ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରଣ। ମଦ୍ୟପାନ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହେଉଛି। ମଦ୍ୟପମାନଙ୍କ ପାଇଁ ପରିବାରରେ ହିଂସାକାଣ୍ଡ ଦେଖାଯାଉଛି। ଅନେକଙ୍କ ପରିବାର ଭୁଶୁଡିପଡୁଛି। ସମାଜରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ସରକାରଙ୍କ ଦ୍ବାରା ପଂଜିକୃତ ମଦ ଦୋକାନ ବ୍ୟତୀତ ଅନେକ ସ୍ଥାନରେ ବେଆଇନ ମଦ କାରବାର ମଧ୍ୟ ପରିଚାଳିତ ହେଉଥିବା ଦୃଷ୍ଟିଗୋଚର ହେଉଛି। ଏହାକୁ ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ କରାଯାଉଛି।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମପଞ୍ଚାୟତ ଓ ଦୁର୍ଜନତୈଲା ଗ୍ରାମପଞ୍ଚାୟତର ଆଜି ୧୫ଟି ମହିଲା ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ଶତାଧିକ ମହିଳାମାନେ ଏକତ୍ରିତ ହୋଇ ବେଆଇନ ଭାବେ ପରିଚାଳିତ ମଦ ବ୍ୟବସାୟକୁ ବିରୋଧ କରିଛନ୍ତି।
ସରକାରଙ୍କ ଦ୍ବାରା ପଂଜିକୃତ ମଦ ଦୋକାନ ବ୍ୟତୀତ ଅନେକ ସ୍ଥାନରେ ବେଆଇନ ମଦ କାରବାର ମଧ୍ୟ ପରିଚାଳିତ ହେଉଥିବା ଦୃଷ୍ଟିଗୋଚର ହେଉଛି। ଏହାକୁ ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ କରାଯାଉଛି।
ଏସ୍ଏଚ୍ଜିର ମହିଳାମାନେ ଏହି ଅଞ୍ଚଳର ବେଆଇନ ମଦ କାରବାରକୁ ବିରୋଧ କରି ମଦ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଚୋରା ଚାଲାଣକାରୀ ମଦ ବ୍ୟବସାୟୀଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନ ଓ ପୁଲିସକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ ମା’ ସରସ୍ଵତୀ ସ୍ଵୟଂସହାୟକ ଗୋଷ୍ଠୀର ସଭାପତି ଯଶୋବନ୍ତୀ ବିଶ୍ଵାଳ, ମା’ ଭଗବତୀ ସ୍ଵୟଂସହାୟକ ଗୋଷ୍ଠୀର ସଭାପତି ସୁନୀତା ଖମାରୀ, ମା’ ପୀତାବଳି ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ମମତା ପଧାନ, ମା’ ପଞ୍ଚଖଣ୍ଡା ସ୍ଵୟଂସହାୟକ ଗୋଷ୍ଠୀର ସଭାପତି ପକଲା ପଧାନ, ମା’ ଅନ୍ନପୂର୍ଣ୍ଣା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ସମେତ ଅନ୍ୟ ସଦସ୍ୟ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/QyDtwAK7l0v6gecVYOuQ.jpeg)